ରାଉରକେଲା : ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଓଡ଼ିଶା ଦିବସ ପାଳିତ।। ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରା ସହ ବରପୁତ୍ର ଙ୍କୁ ମାଲ୍ୟାର୍ପଣ।

0 84

ରାଉରକେଲା:୧/୪(ସତ୍ୟାନ୍ୟୁଜ) ରାଉରକେଲା ପ୍ରଶାସନ ଏବଂ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାଆଡମ୍ବରରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ସମବେତ ଜନତା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ।

ସହରର ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ ଶିକ୍ଷା ଅନୁଷ୍ଠାନ ତରଫରୁ ଓଡ଼ିଶା ଦିବସର ବିଷୟବସ୍ତୁକୁ ଆଧାର କରି ପ୍ରଜ୍ଞାପନ ମେଢ଼ର ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଆକର୍ଷଣୀୟ ଶୋଭାଯାତ୍ରା ସ୍ଥାନୀୟ ଆମ୍ବେଦକର ଛକରୁ ବାହାରି ମଧୁସୂଦନ ମାର୍ଗ ନିକଟରେ ଶେଷ ହୋଇଥିଲା। ପରେ ନୀଳଚକ୍ର ଅନୁଷ୍ଠାନ ପକ୍ଷରୁ ସହର ର ବିଭିନ୍ନ ଅଞ୍ଚଳରେ ଓଡ଼ିଶା ଦିବସ ଉପଲକ୍ଷେ ଶୋଭାଯାତ୍ରା ବୁଲି ଥିଲା।

Leave A Reply

Your email address will not be published.