ରାଉରକେଲା : ୯୧ ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ।। ଆୟୋଜିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କଲେ ପଶ୍ଚିମାଞ୍ଚଳ ଡିଆଇଜି।

0 74

ରାଉରକେଲା:୧/୪(ସତ୍ୟାନ୍ୟୁଜ) ରାଉରକେଲାରେ ୯୧ ତମ ପୋଲିସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୋଲିସ୍ ରିଜର୍ଭ ପଡ଼ିଆରେ ଆୟୋଜିତ ପ୍ୟାରେଡ୍ ରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଅଭିବାଦନ ଗ୍ରହଣ କରିଥିଲେ। ରାଉରକେଲା ଏସପି ନୀତେଶ ୱାଧୱାନି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ର ପରାକାଷ୍ଠା ସମ୍ପର୍କରେ ଉପସ୍ଥିତ ପୋଲିସ୍ କର୍ମଚାରୀ ଏବଂ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।
ଦେଶ ଏବଂ ରାଜ୍ୟରେ ଲୋକଙ୍କ ସେବା କରିବା ତଥା ଆଇନ ର ରକ୍ଷା କରିବା ଦିଗରେ ଓଡ଼ିଶା ପୋଲିସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୋଲିସ୍ କୁ ଯେଉଁ ଦାୟିତ୍ୱ ଦିଆଯିବ ତାକୁ ସଫଳତା ପୂର୍ବକ ପାଳନ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ କହିଛନ୍ତି।

Leave A Reply

Your email address will not be published.