ରାଉରକେଲା : ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖ ରିଙ୍ଗ ରୋଡରେ କାର କୁ ପିଟିଲା ଟ୍ରକ୍ ।। ଅଳ୍ପକେ ବର୍ତ୍ତିଲେ କାର ଚାଳକ।

0 133

ରାଉରକେଲା:୧/୪(ସତ୍ୟାନ୍ୟୁଜ) ଦୃତ ଗତି , ମହା ବିପତ୍ତି। ଏହା ସମସ୍ତେ ଜାଣି ଥିଲେ ମଧ୍ୟ ଦ୍ରୁତ ଗତିରେ ଗାଡି ଚଳାଇବା ଲୋଭ ଛାଡ଼ି ପାରୁ ନାହାଁନ୍ତି। ଆଜି ପୂର୍ବାହ୍ନ ରେ ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ରିଙ୍ଗ ରୋଡ ରେ ଘଟିଛି ଏପରି ଏକ ଘଟଣା। ମହାନଗର ନିଗମ ଅଫିସ୍ ସମ୍ମୁଖରେ ଥିବା ଫିଟନେସ୍ ପାର୍କ ନିକଟ ରିଙ୍ଗ ରୋଡ ରେ ଏକ ଦ୍ରୁତ ଗାମୀ ଟ୍ରକ୍ କାର୍ କୁ ଧକ୍କା ଦେବା ଫଳରେ କାର ଟି କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟ କ୍ରମେ କାର ଚାଳକଙ୍କ କୌଣସି କ୍ଷତି ହୋଇ ନାହିଁ। କାର ରେ ପୋଲିସ୍ ଷ୍ଟିକର ଲାଗିଛି। ଟ୍ରକ୍ ଟି କାର କୁ ଧକ୍କା ଦେବା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ପରେ କାର ଚାଳକ ଅନ୍ୟ ଜଣେ ବାଇକ୍ ଚାଳକଙ୍କ ସହାୟତାରେ ଗୋଡ଼ାଇ ଗୋଡ଼ାଇ ଟ୍ରକ୍ କୁ ପାୱାର ହାଉସ୍ ନିକଟରେ ଧରିଥିଲେ।

Leave A Reply

Your email address will not be published.