ସମ୍ବଲପୁର: OPHWC ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଭିଜିଲାନ୍ସ।। ୨୯ଟି ପ୍ଲଟ , ୧ କେଜି ରୁ ଉର୍ଦ୍ଧ୍ୱ ସୁନା , ୪୮ ଲକ୍ଷ ନଗଦ ଜବତ।

0 126

ସମ୍ବଲପୁର:୧/୪(ସତ୍ୟାନ୍ୟୁଜ) ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ (OPHWC)ର ସମ୍ବଲପୁର ଡିଭିଜନ୍‌ର ଡେପୁଟୀ ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ‌ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଗତକାଲି ସମ୍ବଲପୁର ରେଳ ଷ୍ଟେସନ ନିକଟରେ ନଗଦ ୫ ଲକ୍ଷ ୧୮ ହଜାର ୯୦୦ ଟଙ୍କା ସହ ଧରାପଡ଼ିବା ପରେ ତାଙ୍କର ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମର ଭଞ୍ଜନଗର ସ୍ଥିତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଲକ୍ଷ ଲକ୍ଷ ନଗଦ ଟଙ୍କା ଠାବ କରାଯାଇଥିଲା। ଏପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ୨୯ ଟି ପ୍ଲଟ , ନଗଦ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୧ କେଜି ରୁ ଉର୍ଦ୍ଧ ସୁନା ଜବତ୍ କରି ସାରିଛନ୍ତି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

ଡେପୁଟୀ ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିପୁଳ ପରିମାଣରେ ଲାଞ୍ଚ ଅର୍ଥ ନେଇ ଟ୍ରେନ୍‌ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସଂପର୍କରେ ଭିଜିଲାନ୍ସ ପାଖରେ ନିର୍ଦ୍ଦିଷ୍ଟ ସୂଚନା ରହିଥିଲା। ସେହି ସୂଚନା ଆଧାରରେ ଭିଜିଲାନ୍ସ ରେଡ୍ କରି ଶ୍ରୀ ଭୋଳଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରୁ ଧରିଥିଲା। ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। କିନ୍ତୁ ଏହି ଟଙ୍କା ସେ କେଉଁଠାରୁ ଆଣିଥିଲେ ଓ ସେଥିରେ କ’ଣ କରିଥା’ନ୍ତେ, ସେ ସବୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ସମ୍ବଲପୁର ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା। ବିପୁଳ ସଂପତ୍ତି ଠାବ ସତ୍ତ୍ୱେ ଚଢ଼ାଉ ଜାରି ରହିଛି।

୧୯୯୮ ମସିହାରେ ୭୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ଶ୍ରୀ ଭୋଳ। ୨୦୨୪ ମସିହାରୁ ସେ ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ (OPHWC)ରେ ଡେପୁଟୀ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ନାଁ ବିଭିନ୍ନ ସମୟରେ ଭିଜିଲାନ୍ସରେ ଅଭିଯୋଗ ହୋଇଛି। ବିଲ୍‌ କରିବା ପାଇଁ ସେ ଠିକାଦାରମାନଙ୍କଠାରୁ ମୋଟା ଅଙ୍କର ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା। ଏନେଇ ଭିଜିଲାନ୍ସ ଭିତତରେ ଭିତରେ ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ହଠାତ୍ ଖବର ପାଇଥିଲା ଯେ ସେ ବିପୁଳ ପରିମାଣରେ ଲାଞ୍ଚ ଅର୍ଥ ନେଇ ଭୁବନେଶ୍ୱରର ଅଭିମୁଖେ ଯାଉଛନ୍ତି। ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଭିଜିଲାନ୍ସ

Leave A Reply

Your email address will not be published.