ସମ୍ବଲପୁର: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ।। ପୋଲିସ୍ ହଉସିଂ ଏଣ୍ଡ ୱେଲଫେଆର୍ କର୍ପୋରେସନ ଅଧିକାରୀ ଭିଜିଲାନ୍ସ ଜାଲରେ।

0 124

ସମ୍ବଲପୁର:୩୧/୩(ସତ୍ୟାନ୍ୟୁଜ) ଦୁର୍ନୀତି ନିବାରଣ ଅଭିଯାନରେ ଭିଜିଲାନସ୍ ବିଭାଗ କୁ ମିଳିଛି ଆଉ ଏକ ବଡ ସଫଳତା। ଏଥର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ (OPHWC)ର ସମ୍ବଲପୁର ଡିଭିଜନ୍‌ର ଡେପୁଟୀ ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ। ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ପରେ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କରିଛନ୍ତି। କୌଣସି ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥାକୁ ଅନୁକମ୍ପା ଦେବା ଲାଗି ଇଁଏହା ଲାଞ୍ଚ ଟଙ୍କା ବୋଲି ସନ୍ଦେହ କରାଯାଉଛି।
ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର, ଭୁବନେଶ୍ୱର ଓ ଗଞ୍ଜାମର ଭଞ୍ଜନଗରରେ ଥିବା ତାଙ୍କର ବିଭିନ୍ନ ଠିକଣା ଗୁଡ଼ିକରେ ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରୁ ଆଉ ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା। ଶ୍ରୀ ଭୋଲଙ୍କ ସମ୍ପର୍କୀୟ ଙ୍କ ଘରୁ ୨ ଟି ଟ୍ରଙ୍କ ରେ ଭର୍ତ୍ତି ହୋଇଥିବା ୭୦ ବିଡା ୫୦୦ ଟଙ୍କିଆ ନୋଟ୍ ଠାବ କରା ଯାଇଛି। ଏହାର ଗଣତି ଚାଲିଛି। ଜବତ୍ ତାଙ୍କ ୪୫ ଲକ୍ଷ ଟଙ୍କା ହେବ ନେଇ ଅନୁମାନ କରା ଯାଉଛି।

ଡେପୁଟୀ ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ବିପୁଳ ପରିମାଣରେ ଲାଞ୍ଚ ଅର୍ଥ ନେଇ ଯାଉଥିବା ସଂପର୍କରେ ଭିଜିଲାନ୍ସ ପାଖରେ ନିର୍ଦ୍ଦିଷ୍ଟ ସୂଚନା ରହିଥିଲା। ସେହି ସୂଚନା ଆଧାରରେ ଭିଜିଲାନ୍ସ ରେଡ୍ କରି ଶ୍ରୀ ଭୋଳଙ୍କୁ ସମ୍ବଲପୁର ରେଳ ଷ୍ଟେସନ ନିକଟରୁ ଧରିଥିଲା।

ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଶ୍ରୀ ଭୋଳଙ୍କୁ ସମ୍ବଲପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.