ମାଇନ୍ସସୋମ୍ପରେପଡ଼ିଗଲାଗାଡି #ଡ୍ରାଇଭରମୃତ
ରାଉରକେଲା : ୨୯/୬ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ ପେଙ୍ଗୁଇନ ଟ୍ରେଡିଂ ଏଜେନ୍ସି ଲିମିଟେଡ଼ ର ରାଇକେଲା ଏବଂ ତନ୍ତରା ଆଇରନ ମାଇନ୍ସରେ ଏକ ଲୁହାପଥର ବୋଝେଇ ଗାଡି ଭାରସାମ୍ୟ ହରାଇ ସୋମ୍ପ ଭିତରେ ପଡି ଫସି ଯିବା ଫଳରେ ଗାଡି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।
ଦିନ ସାଢ଼େ ଗୋଟାଏ ବେଳେ ମାଇନ୍ସର ସୋମ୍ପ ଭିତରେ ଗାଡି ଫସି ଯାଇଥିଲା। ଗାଡି ଚାଳକ ମଧ୍ୟ ଗାଡି ଭିତରେ ଫସି ରହିଥିବା ସୂଚନା ମିଳିବା ପରେ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।
ସୋମ୍ପ୍ ଭିତରେ ପାଣି କାଦୁଅ ଭର୍ତ୍ତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ସୃଷ୍ଟି ହୋଇଥିଲା।
ଶେଷରେ କୋଇଡା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ ଚାଲିଛି।