ରାଉରକେଲା : ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ସେବାରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ।। ମୋର୍ଗ ହାଉସ ର ଦୁଇଟି ଫ୍ରିଜର ଗାଏବ୍।

0 396

ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସ୍ପିଟାଲରେ ପରିଚାଳନାଗତ ତ୍ରୁଟି ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସମୟରେ ମୋର୍ଗ ହାଉସରେ ଶବ ସରଂକ୍ଷଣ ପାଇଁ ଥିବା ଦୁଇଟି ଫ୍ରିଜର ଚୋରୀ ହୋଇ ଯିବା ଘଟଣା ଚିନ୍ତାର ବିଷୟ ହୋଇଛି। ଏ ବାବଦରେ ରଘୁନାଥପାଲି ଥାନାରେ ଏତେଲା ଦିଆଯାଇଛି। ମାତ୍ର ଏହି ଘଟଣାରେ ସଂପୃକ୍ତ ଥିବା ମ୍ୟାନେଜର ଛୁଟିରେ ପଳାଇ ଥିବାରୁ ତଦନ୍ତ ବିଶେଷ ଅଗ୍ରଗତି ହୋଇ ପାରୁନାହିଁ। ମ୍ୟାନେଜରଙ୍କ ମୋବାଇଲ ଫୋନ ସ୍ୱିଚ୍ ଅଫ୍ ଅଛି। ଅନ୍ୟ ପକ୍ଷରେ ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ବିଭାଗରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ତଦନ୍ତର ମଧ୍ୟ ବିଶେଷ ଅଗ୍ରଗତି ହୋଇ ପାରୁନାହିଁ। ଆରଜିଏଚ୍ କୁ ଆଉଟ ସୋର୍ସିଙ୍ଗ ମାଧ୍ୟମରେ ଯୋଗାଇ ଦିଆ ଯାଉଥିବା ସିକୃଟି ଗାର୍ଡ ସେବା , ସଫେଇ ସହ କପଡା , ବେଡ଼ଶିଟ୍ ଆଜି ଧୋଇବା ସେବାରେ ବ୍ୟାପକ ଦୁର୍ନୀତି ହୋଇଛି। ଦୁର୍ନୀତିର ତଦନ୍ତ ପାଇଁ ଗଠିତ ସବ୍ କମିଟି ଏହି ରିପୋର୍ଟ ଦେଇଛି। ଏହି ଦୁର୍ନୀତିର ତଦନ୍ତ କରି ଦୋଷୀଙ୍କ ଗିରଫ କରିବାକୁ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଦାବି କରିଛନ୍ତି। ଅନ୍ୟପକ୍ଷରେ ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇ ଦିଆଯାଇଛି ବୋଲି ଆରଜିଏଚ୍ ଭାରପ୍ରାପ୍ତ ନିର୍ଦ୍ଦେଶକ ଗଣେଶ ପ୍ରସାଦ ଦାସ କହିଛନ୍ତି।

Leave A Reply

Your email address will not be published.