ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ।। ଜାଲ ସାର୍ଟିଫିକେଟ ଦେଇ କାମ କରୁଥିଲେ।।

0 768

ରାଉରକେଲା : ୨୭/୬ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ଡାକ୍ତରଖାନା ଏବେ ବିବାଦ ଘେରରେ। ଆଉଟ ସୋର୍ସିଙ୍ଗ ସଂସ୍ଥା ଯୋଗାଉଥିବା ବିଭିନ୍ନ ସେବାରେ ବ୍ୟାପକ ଦୁର୍ନୀତି ଉଜାଗର ପରେ ଏବେ ଆରଜିଏଚ୍ ରେ ଜଣେ ନକଲି ଡାକ୍ତର ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପଦ୍ମନାଭନ ମୁଖୀ କାରୁଆ ନାମକ ଜଣେ ବ୍ୟକ୍ତି ଝରଖଣ୍ଡର ଜଣେ ଡାକ୍ତର ରମେଶ କୁମାର ଝା ଙ୍କ ନାମରେ ସାର୍ଟିଫିକେଟ ଦେଇ ସରକାରୀ ଡାକ୍ତରଖାନାରେ କାମ କରୁଥିଲେ। ଆରଜିଏଚ୍ ର ଡାଏଲିସିସ ବିଭାଗରେ କାମ କରୁଥିଲେ ଏହି ନକଲି ଡାକ୍ତର। ଧରାପଡ଼ିବା ପରେ ନକଲି ଡାକ୍ତରଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
୨୦୧୯ ମସିହାରେ ପଦ୍ମନାଭନ ମୁଖୀ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନକଲି ସାର୍ଟିଫିକେଟରେ ଡାକ୍ତର ଭାବେ କାମ କରୁଥିଲେ। ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେଠାରେ ଭୁଲ ଚିକିତ୍ସା ପରେ ଅଭିଯୋଗ ପାଇ ପୋଲିସ ତଦନ୍ତ କରିଥିଲେ। ତଦନ୍ତରେ ପଦ୍ମାନଭନ ନକଲି ଡାକ୍ତର ବୋଲି ଜାଣିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲେ। ୨୦୨୨ ମସିହାରେ ସୁନ୍ଦରଗଡ
ଜେଏମ୍ ଏଫ ସି ତାଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଥିଲେ। ଜେଲ ରୁ ବାହାରି ସେ ୭ ମାସ ପୂର୍ବରୁ ରାଉରକେଲା ସରକାରୀ ଡାକ୍ତରଖାନାରେ କାମ କରୁଥିଲେ। ରାହି କେୟାର ସଂସ୍ଥା ପକ୍ଷରୁ ଆଉଟ ସୋର୍ସିଙ୍ଗ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

ପଦ୍ମନାଭନ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସି ବିଭାଗରେ କାମ କରୁଥିଲେ। ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାର୍ଟିଫିକେଟରେ ଦେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଡାଏଲିସିସି ବିଭାଗରେ ଡାକ୍ତର ଭାବେ ଠିକାରେ ନିଯୁକ୍ତି ପାଇଥିଲେ। କିଛି ଦିନ ତଳେ ପଦ୍ମନାଭ ଏକ ଘରୋଇ କମ୍ପାନୀରୁ ୠଣ ନେବା ପାଇଁ ଆବେଦନ କରିଥିଲେ। ତେବେ ସେ ଦେଇଥିବା ଡକ୍ୟୁମେଣ୍ଟ ନକଲି ଜଣାପଡ଼ିବା ପରେ ଘରୋଇ କମ୍ପାନୀ ପୁଲିସକୁ ଜଣାଇଥିଲେ। ପୁଲିସ ପଦ୍ମନାଭନକୁ ଥାନାକୁ ଡାକି ପଚରାଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରେ ପଦ୍ମନାଭନ ବିଷୟରେ ରାଉରକେଲା ସରକାରୀ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟକୁ ଜଣାଇଥିଲା ପୁଲିସ। ଆଜି ପୁଲିସ ନକଲି ଡାକ୍ତରଙ୍କୁ କୋର୍ଟ ଚାଲାଣ କରିଛି।

୨୦୧୯ରେ ମସିହାରେ ପଦ୍ମନାଭନ ନୂଆ ଗାଁ ବ୍ଲକରେ ବି ନକଲି ସାର୍ଟିଫିକେଟ ଦେଇ ରୋଗୀ ସେବା ଜାରି ରଖିଥିଲେ। କିନ୍ତୁ ଲୋକଙ୍କ ଅଭିଯୋଗ ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଠିକାରେ ଡାଏଲିସିସି ବିଭାଗର ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ମଧ୍ୟ ପଦ୍ମନାଭନ ବନ୍ଧମୁଣ୍ଡା , ହାଇଟେକ ହସ୍ପିଟାଲରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ କାମ କରିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ୨୦୧୦ ମସିହାରେ ହାଇଟେକ୍ ହସପିଟାରେ ପଦ୍ମନାଭନ ଜାଲ ସାଟିଫିକେଟ ଦେଇ କାମ କରିବାକୁ ଯାଇଥିଲେ। ହେଲେ ଡକ୍ୟୁମେଣ୍ଟ ଯାଞ୍ଚ ହେବାରୁ ସେଠାରୁ ଚମ୍ପଟ ମାରିଥିଲେ। ୨୦୧୪ ମସିହାରେ ବନ୍ଧମୁଣ୍ଡା ରେଲୱେ ଜାଲ ସାର୍ଟିଫିକେଟ ଦେଇ କାମ କରିବାକୁ ଯାଇଥିଲେ। ଡକ୍ୟୁମେଣ୍ଟ ଯାଞ୍ଚ ହେବାରୁ ସେଠାରୁ ମଧ୍ୟ ଚମ୍ପଟ ମାରିଥିଲେ। ସେହିପରି ଆହୁରି ବିଭିନ୍ନ ହସିପିଟାଲରେ ଜାଲ ସାର୍ଟିଫିକେଟ ଦେଇ କାମ କରିବାକୁ ଚେଷ୍ଟା କରି ଫେଲ୍‌ ମାରିଥିଲେ ପଦ୍ମନାଭନ।

ରାଉରକେଲା ସରକାରୀ ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଗଣେଶ ପ୍ରସାଦ ଦାସ କହିଛନ୍ତି, ଗତ ୭ ମାସ ଧରି ରାହି କେୟାର୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଆଉଟ ସୋର୍ସିଂ ସଂସ୍ଥା ଜରିଆରେ ସେ ହସ୍ପିଟାଲରେ କାମ କରୁଥିଲେ। ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସଂସ୍ଥା ପକ୍ଷରୁ କାହିଁକି ଠିକରେ ତାଙ୍କ ସାର୍ଟିଫିକେଟ ଯାଞ୍ଚ ନ କରି ନିଯୁକ୍ତି ଦେଲେ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି। ଘଟଣା ତଦନ୍ତ ଜାରି ରହିଛି।

ରାହି କେୟାର୍ ପ୍ରା.ଲିଃ ଏରିଆ ମ୍ୟାନେଜର ମୟୁର ଅଗ୍ରୱାଲ କହିଛନ୍ତି ଯେ ପଦ୍ମାନଭନ ଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.