ସୁନ୍ଦରଗଡ଼ : ଆର ଡି ଏ ରେ ବେଆଇନ ଭାବେ ଆଇନ ସହାୟକ ନିଯୁକ୍ତି ମାମଲା।। ୨୫ ବର୍ଷ ପରେ ଦୁଇ ଜଣଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡାଦେଶ।

0 516

ସୁନ୍ଦରଗଡ଼ : ଆର ଡି ଏ ରେ ବେଆଇନ ଭାବେ ଆଇନ ସହାୟକ ନିଯୁକ୍ତି ମାମଲା।। ୨୫ ବର୍ଷ ପରେ ଦୁଇ ଜଣଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡାଦେଶ।

ରାଉରକେଲା : ୨୭/୬ (ସତ୍ୟାନ୍ୟୁଜ) କ୍ଷମତାର ଦୁରୁପଯୋଗ କରି ବେନିୟମ ଭାବେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ)ରେ ଆଇନ ସହାୟକ ଭାବେ ମନୋଜ କୁମାର ଦାଶଙ୍କୁ ବେଆଇନ ନିଯୁକ୍ତି ପ୍ରଦାନ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ଜଣ ପୂର୍ବତନ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ପୂର୍ବତନ ଜନସ୍ବାସ୍ଥ୍ଯ
ନିର୍ବାହୀ ଯନ୍ତ୍ରୀ ତଥା ଆରଡିଏ ଇଞ୍ଜିନିୟରିଂ ସଭ୍ଯ ଶିବଚରଣ ମହାନ୍ତି, ବେଆଇନ ନିଯୁକ୍ତି ପାଇଥିବା ମନୋଜ କୁମାର ଦାଶଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ କରିଛନ୍ତି। ମାମଲାର ଅନ୍ଯତମ ଅରୋପୀ ପୂର୍ବତନ ଆରଡିଏ ସମ୍ପାଦକ ମେଡିସେଟ୍ଟି ଶେଷାଦ୍ରୀ
ରାୟ ପ୍ରକାଶ ଦିନ ଉଦ୍ଦେଶ୍ୟମୂଳକ ଭାବେ କୋର୍ଟରେ ହାଜର ନହେବାରୁ ତାଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। ଅନ୍ଯ ଜଣେ ଅଭିଯୁକ୍ତ ରାଉରକେଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ବର୍ଷା ମାଝୀଙ୍କ ୨୦.୫.୨୦୦୫ରେ ମୃତ୍ଯୁ ହୋଇ ଯାଇଥିବାରୁ ତାଙ୍କୁ ମାମଲାରୁ ବାଦ୍ ଦିଆଯାଇଛି। ୧୯୯୯ରେ ଆରଡିଏ ପୂର୍ବତନ ସମ୍ପାଦକ ଶ୍ରୀ ଶେଷାଦ୍ରି, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାନ୍ତି ଓ ଅଧିକାରୀ ବର୍ଷାକୁ ନେଇ ଗଠିତ କମିଟି କ୍ଷମତାର ଅପବ୍ୟବହାର କରି ମନୋଜ ଦାଶଙ୍କୁ ଆରଡିଏର ଆଇନ ସହାୟକ ଭାବେ ନିଯୁକ୍ତି ଦେଇଥିଲେ। ମାମଲା ଭିଜିଲାନ୍ସ ପାଖକୁ ପହଞ୍ଚିଥିଲା। ଭିଜିଲାନ୍ସର ଅନୁଗୁଳ ୟୁନିଟ ମୁଖ୍ଯ ଡିଏସପି ବିଷ୍ଣୁ ଚରଣ ଦାସ ମାମଲାର ତଦନ୍ତ କରି କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ଶୁଣାଣି କରି କୋର୍ଟ ଜୁନ୍ ୨୬ରେ ଦଣ୍ଡାଦେଶ କରିଛନ୍ତି । ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ଯାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।.

Leave A Reply

Your email address will not be published.