ବଣାଇ : ଫର୍ଣ୍ଣିଚର ଦୋକାନ ଉପରେ ବନ ବିଭାଗର ଚଢ଼ାଉ।। ୪୭ ଖଣ୍ଡ ମୂଲ୍ୟବାନ ଶାଗୁଆନ କାଠ ଜବତ।

0 373

ରାଉରକେଲା : ୨୬/୬ (ସତ୍ୟାନ୍ୟୁଜ) ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେଞ୍ଜର
କନ୍ତ ଯୋଡି ନିକଟରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଚଢ଼ାଉ କରି ବନ ବିଭାଗ ବହୁ ମୂଲ୍ୟବାନ କାଠ ଜବତ କରିଛି। ଏଠାରେ ବେଆଇନ ଶାଗୁଆନ କାଠ ଗଛିତ ଥିବା ଖବର ପାଇ ବଣାଇ ରେଞ୍ଜରଙ୍କ ସମତେ ଫରେଷ୍ଟର ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ଗଛିତ ଥିବା ପଟା କୁ ଜଵତ କରି ଥିଲେ। ଏତେ ପରିମାଣର ଶାଗୁଆନ ପଟା କେଉଁଠାରୁ ଆସିଲା ବନ ବିଭାଗ ତାର ତଦନ୍ତ କରୁଛି। ଏହା ସହ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ଲାଇସେନ୍ସ ମଧ୍ୟ ଯାଞ୍ଚ କରାଯାଉଛି। ଏହିପରି ଅନେକ ସ୍ଥାନରେ ବେଆଇନ ଭାବେ ମୂଲ୍ୟବାନ କାଠ ଆଣି କବାଟ, ଖଟ , ପଲଙ୍କ ଆଦି କାମ ଚାଲୁ ଥିବା ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ଚଢ଼ାଉ ର ଯୋଜନା ଚାଲିଛି।

Leave A Reply

Your email address will not be published.