ରାଉରକେଲା : ଆକର୍ଷଣ ହରାଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଫିଟନେସ୍ ପାର୍କ।। ଭାଙ୍ଗି ଗଲାଣି ଟଏଲେଟ୍ , ଓପନ ଜିମ୍ ର ଅବସ୍ଥା ଶୋଚନୀୟ।

0 624

ରାଉରକେଲା : ୨୬/୬ (ସତ୍ୟାନ୍ୟୁଜ) ଧୀରେ ଧୀରେ ଆକର୍ଷଣ ହରାଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଫିଟନେସ୍ ପାର୍କ। ଆଠ ବର୍ଷ ପୂର୍ବେ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ପାର୍କକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ କରା ଯାଇଥିଲା। ପରେ ସ୍ମାର୍ଟ ସିଟି ଲିମିଟେଡ଼ ଏବଂ ଆରଏମସି ର ମିଳିତ ପ୍ରୟାସରେ ଏଠାରେ ଏକ ଓପନ ଜିମ୍ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ସୁନ୍ଦର ଆଲୋକ ସଜ୍ଜା ସହ ଲୋକଙ୍କ ଚାଲିବା ପାଇଁ ପାଥ୍ ୱେ ନିର୍ମାଣ କରାଯାଇଥିଲା। ଭିଜିଟର ମାନଙ୍କ ସୁବିଧା ପାଇଁ ଉଭୟ ମହିଳା ପୁରୁଷଙ୍କ ପାଇଁ ଟଏଲେଟ୍ ମଧ୍ୟ ବସା ଯାଇଥିଲା। ବର୍ଷା ଜଳ ସରଂକ୍ଷଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏବେ ରକ୍ଷଣାବେକ୍ଷଣ ଅଭାବରୁ ସବୁ ନଷ୍ଟ ହୋଇ ଗଲାଣି। ଟଏଲେଟ୍ ସବୁ ଭାଙ୍ଗି ରୁଜି ଗଲାଣି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ମରାମତି ହେଉନାହିଁ। ବିଦ୍ୟୁତ ଖୁଣ୍ଟର ତାର ବାହାରେ ଝୁଲୁ ଥିବାରୁ ଲୋକେ ବିଦ୍ୟୁତ ଆଘାତ ର ଶିକାର ହେବା ସମ୍ଭାବନା ରହିଛି। ନିର୍ମାଣ କରାଯାଇଥିବା ବିଭିନ୍ନ ଶେଡ୍ ଭାଙ୍ଗିଲାଣି। ପାର୍କରେ ଲୋକମାନେ ଖାଦ୍ୟ ଖାଇ ଏଣେ ତେଣେ ପକାଉ ଥିବାରୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ଗାଈ , ଗୋରୁ , କୁକୁର ମାନଙ୍କ ଅବାଧ ପ୍ରବେଶ ଜାରି ରହିଛି। ପାର୍କ ପରିସର ଠିକ ଭାବେ ସଫେଇ ହେଉନାହିଁ। ନିର୍ମାଣ କରାଯାଇଥିବା ଖୋଲା ଆକାଶ ଜିମ୍ ର କେତେକ ମେସିନ ଭାଙ୍ଗି ଗଲାଣି। ସହର ମଧ୍ୟରେ ନିର୍ମାଣ କରାଯାଇଥିବା ଏହି ସୁନ୍ଦର ପାର୍କ ଟି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ପାର୍କର ରକ୍ଷଣାବେକ୍ଷଣ ଠିକ ଭାବେ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକମାନେ ନିବେଦନ କରିଛନ୍ତି।

Leave A Reply

Your email address will not be published.