ରାଉରକେଲା : ବିରମିତ୍ରପୁର ଥାନା କୁମଝରିଆ ପୋଷ୍ଟ ଅଫିସରେ ଲୋକଙ୍କ ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗ।। ଡାକଘର ସମ୍ମୁଖରେ ଜମାକାରୀଙ୍କ ହୋ ହାଲ୍ଲା।

0 512

ରାଉରକେଲା : ୨୫/୬ (ସତ୍ୟାନ୍ୟୁଜ) ଡାକ ବିଭାଗରେ ଏବେ ଲୋକଙ୍କ ଟଙ୍କା ହଡ଼ପ ଘଟଣା ବିଭିନ୍ନ ସମୟରେ ସମ୍ନାକୁ ଆସୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଘଟଣା ହେଉଥିବା ବେଳେ ଏବେ ସୁନ୍ଦରଗଡ ଜିଲ୍ଲାରେ ଡାକ ବିଭାଗରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ହେବା ପରି ସାଘାଂତିକ ଅଭିଯୋଗ ହୋଇଛି। ବିରମିତ୍ରପୁର ଥାନା ଅନ୍ତର୍ଗତ କୁଆରମୁଣ୍ଡା ଅଞ୍ଚଳରେ ଘଟିଛି ଏପରି ଟଙ୍କା ହଡ଼ପ ଘଟଣା। ଏହି ଖବର ପ୍ରଚାରିତ ହେବା ପରେ ପୋଷ୍ଟ ମାଷ୍ଟର ଫେରାର୍ ହୋଇ ଯାଇଛନ୍ତି । ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଫେରାର ପୋଷ୍ଟ ମାଷ୍ଟରଙ୍କ ପତ୍ତା ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ଆକ୍ରୋସ ଦେଖା ଦେଇଛି। ଜମାକାରୀ ମାନେ ପୋଷ୍ଟ ଅଫିସରେ ପହଞ୍ଚି ହୋ ହାଲ୍ଲା କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିରମିତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁମଝରିଆ ଶାଖା ଡାକ ବିଭାଗରେ ଏହି ହେରଫେର ଅଭିଯୋଗ ହୋଇଛି। ପୋଷ୍ଟ ମାଷ୍ଟର ଏହି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ଗତ ମେ ୮ ତାରିଖରୁ ସେ ଫେରାର ଅଛନ୍ତି ।
କିଛି ଦିନ ପୂର୍ବେ ଜଣେ ମହିଳା ଜମାକାରୀ ଜମା ଅର୍ଥ କାଢ଼ିବାକୁ କୁମଝରିଆ ପୋଷ୍ଟ ଅଫିସ ଯାଇଥିଲେ। ଫେରାର୍ ପୋଷ୍ଟ ମାଷ୍ଟରଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଯାଇଥିଲେ କୁଆଁରମୁଣ୍ଡା ଶାଖା। ସେଠାରେ ତାଙ୍କ ଆକାଉଣ୍ଟରେ କୌଣସି ଅର୍ଥ ଜମା ହୋଇ ନଥିବା ଜାଣିଥିଲେ। ପରେ ଅନ୍ୟ ଜମାକାରୀ ମଧ୍ୟ ସେମାନଙ୍କର ଆକାଉଣ୍ଟରେ ଟଙ୍କା ଜମା ହୋଇ ନ ଥିବା ଜାଣିବାକୁ ପାଇଥିଲେ।

ଏହାପରଠୁ ପୋଷ୍ଟ ମାଷ୍ଟର ଫେରାର ହୋଇ ଯାଇଛନ୍ତି। ତାଙ୍କୁ ନ ପାଇ ଉତ୍ତ୍ୟକ୍ତ ଜମାକାରୀ ଟଙ୍କା ଫେରସ୍ତ ଦାବିରେ ସ୍ଥାନୀୟ ଜମାକାରୀ ଡାକ ବିଭାଗ ଅଧିକାରୀଙ୍କୁ ବହୁ ଘଣ୍ଟା ଧରି ଅଟକ ରଖିଥିଲେ l ପରେ ପୋଲିସ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ।
ପାଞ୍ଚ ବର୍ଷ ହେବ ଜମା ଅର୍ଥ ହେରଫେର ହୋଇଛି ଏବଂ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯିବା ବ୍ୟବସ୍ଥା କରାଯାଉ ଥିବା ରାଉରକେଲା ପୋଷ୍ଟଲ ଡିଭିଜନ ଆସିଷ୍ଟାଣ୍ଟ ସୁପରିଟେଣ୍ଡଣ୍ଟ କହିଛନ୍ତି।

Leave A Reply

Your email address will not be published.