ରାଉରକେଲା : ଆଲର୍ଟମେଣ୍ଟ ସ୍ଵତ୍ତ୍ୱେ ଉଦିତନଗର ଫୁଡ଼ କୋର୍ଟରେ ଖୋଲୁ ନାହିଁ ଦୋକାନ।। ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ଦୋକାନୀ।

0 460

ରାଉରକେଲା : ୨୫/୬ (ସତ୍ୟାନ୍ୟୁଜ) ରାସ୍ତା କଡରେ ଅବ୍ୟବସ୍ଥିତ ଭାବେ ଫାଷ୍ଟ ଫୁଡ୍ ଦୋକାନୀ ମାନଙ୍କୁ ବ୍ୟବସ୍ଥିତ କରିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ନିର୍ମାଣ କରାଯାଇଛି ଫୁଡ଼ କୋର୍ଟ। ଉଦିତନଗର ଠାରେ ଏହି ଫୁଡ଼ କୋର୍ଟରେ ଅଛି ୫୧ ଟି ଷ୍ଟଲ୍ ରହିଛି। ରାସ୍ତା ଉପରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ଏହି ଷ୍ଟଲ୍ ଆଲର୍ଟମେଣ୍ଟ ମଧ୍ୟ ହୋଇଛି। ମାତ୍ର ଦୋକାନୀ ମାନେ ସେଠାକୁ ଯିବାକୁ ରାଜି ହେଉ ନାହାନ୍ତି। ଫୁଡ଼ କୋର୍ଟ ଅତି ସୁନ୍ଦର ଏବଂ ବ୍ୟବସ୍ଥିତ ଢଙ୍ଗରେ କରା ଯାଇଛି। ମାତ୍ର ବ୍ୟବସାୟୀ ମାନେ ସେଠାକୁ ନଯାଇ ରାସ୍ତା କଡରେ ଖାଦ୍ୟ ବିକ୍ରି କରୁଥିବାରୁ ୭ ଦିନ ମଧ୍ୟରେ ଫୁଡ଼ କୋର୍ଟ ମଧ୍ୟରେ ପ୍ରବେଶ କରିବାକୁ ମହାନଗର ନିଗମ ନୋଟିସ ଦେଇଛି। ତେବେ ଫୁଡ଼ କୋର୍ଟ ମଧ୍ୟରେ ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ନଥିବାରୁ ବ୍ୟବସାୟୀ ମାନେ ଯିବାକୁ ଇଛା କରୁନଥିବା କହିଛନ୍ତି। ଏପର୍ଯ୍ୟନ୍ତ ଫୁଡ଼ କୋର୍ଟରେ ମାତ୍ର ୩ଟି ଦୋକାନ ଖୋଲିଛି। ବର୍ଷା ଦିନ ଆସୁଥିବାରୁ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ଦୋକାନୀ ମାନେ ଫୁଡ଼ କୋର୍ଟ ମଧ୍ୟରେ ବ୍ୟବସାୟ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.