ରାଉରକେଲା : ବିରସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଜିଲ୍ଲା ସ୍ୱିମିଙ୍ଗ ପ୍ରତିଯୋଗିତା ଆୟୋଜିତ।। ଭାଗ ନେଲେ ୮ ରୁ ୬୦ ବର୍ଷୀୟ ପ୍ରତିଯୋଗୀ।

0 440

ରାଉରକେଲା : ୨୩/୬ (ସତ୍ୟାନ୍ୟୁଜ) ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତରଣ ଏକ ଉତ୍ତମ କ୍ରୀଡା। ଏହା ଛଡା ସନ୍ତରଣ ଶିଖିବା ଦ୍ୱାରା କୌଣସି ଜରୁରୀ କାଳୀନ ପରିସ୍ଥିତିରେ ପାଣିରୁ ବର୍ତ୍ତି ଯାଇ ହେବ। ଏବେ ସନ୍ତରଣ ପ୍ରତି ଛୋଟ ପିଲାଙ୍କ ଠାରୁ ନେଇ ବୟସ୍କ ଲୋକଙ୍କ ମନରେ ବେଶ ଆଗ୍ରହ ଦେଖା ଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ସ୍ୱିମିଙ୍ଗ ଆସୋସିଏସନ ପକ୍ଷରୁ ଏକ ସନ୍ତରଣ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରାଜ୍ୟ ସ୍ୱିମିଙ୍ଗ ଫେଡେରେସନ ସହଯୋଗରେ ଏହି ପ୍ରତିଯୋଗିତା ରବିବାର ଦିନ ରାଉରକେଲା ବିରସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ କରାଯାଇଥିଲା। ଜୁନିୟର , ସବ ଜୁନିଅର , ବୟସ୍କ ମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନେ ଜୁଲାଇ ମାସରେ ଭୁବନେଶ୍ୱରରେ ରାଜ୍ୟ ସ୍ୱିମିଙ୍ଗ ପ୍ରତିଯୋଗିତାରେ ଭାଗ ନେବେ। ସେଠାରେ ପ୍ରଦର୍ଶନ ଠିକ ରହିଲେ ଜାତୀୟ ସନ୍ତରଣ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ କରାଯିବ ବୋଲି ଆୟୋଜକ କହିଛନ୍ତି।

Leave A Reply

Your email address will not be published.