ରାଉରକେଲା : ଅତ୍ୟାବ୍ୟଶକୀୟ ସାମଗ୍ରୀର ଦର ବୃଦ୍ଧି ନେଇ ସରକାରଙ୍କ ଚିନ୍ତା।। ହୋର୍ଡିଙ୍ଗ ରୋକିବାକୁ ଏବଂ ଦର ଵୃଦ୍ଧିରେ ଲଗାମ ଦେବାକୁ ଖାଦ୍ୟ , ଯୋଗାଣ ମନ୍ତ୍ରୀଙ୍କ ନର୍ଦ୍ଦେଶ।
ରାଉରକେଲା : ୨୪/୬ (ସତ୍ୟାନ୍ୟୁଜ) ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଦର ବୃଦ୍ଧି ଥମୁ ନାହିଁ। ପୂର୍ବରୁ ତେଲ , ଡାଲି , ଆଦି ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥର ଦର ବଢି ଥିବା ବେଳେ ଏବେ ପନି ପରିବାର ଦର ବୃଦ୍ଧି ବେଲଗାମ ହୋଇଛି। ଆଳୁ ପିଆଜର ଦର ଦିନକୁ ଦିନ ବଢ଼ି ଚାଲିଥିବାରୁ ଏହା ଖାଉଟିଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗମ୍ଭୀରତାର ସହ ନେଇଛନ୍ତି।
ଖାଦ୍ୟ ସାମଗ୍ରୀ ଗଛିତ ରଖି କୁତ୍ରିମ ଦରବୃଦ୍ଧି ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସରକାରୀ ସ୍ତରରେ ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବା ସହ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବା ନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି। କୌଣସି ପରିବା ଦର କେଜି ପ୍ରତି ୬୦ ଟଙ୍କା ଟଙ୍କାରୁ କମ ନଥିବା ବେଳେ ଟମାଟୋ ଡର ୭୦ ଟଙ୍କାରୁ ୯୦ ଟଙ୍କାରେ ପହଞ୍ଚିଲାଣି। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ସମେତ ସବୁ ବର୍ଗର ଲାକଙ୍କୁ ବାଧୁଛି। ସରକାର ଖୁବ ଶୀଘ୍ର ଦର ବୃଦ୍ଧି ଉପରେ ଲଗାମ ଦେବାକୁ ସାଧାରଣରେ ଦାବି ହେଉଛି।