ରାଉରକେଲା : ରଘୁନାଥପାଲି ବିଧାୟକଙ୍କ ଆରଜିଏଚ୍ ନିର୍ଦ୍ଦେଶକ ଏବଂ ଏଡିଏମଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା।

0 459

ରାଉଲକେଲା : ୨୧/୬ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉଲକେଲା ସରକାରୀ ହସ୍ପିଟାଲ ( ଆର୍ ଜି ଏଚ୍ ) ପରିଦର୍ଶନ କରି ହସ୍ପିଟାଲରେ ଚିକିତ୍ସାଧିନଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ପ୍ରଚଣ୍ଡ ରୌଦ୍ରତାପରେ ଆବଶ୍ୟକ କୁଲର, ଫ୍ୟାନ ନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉ ଥିବା ଦର୍ଶାଇ ଥିଲେ । ପରେ ଶ୍ରୀ ତନ୍ତୀ ଆର୍ ଜି ଏଚର ଡାଇରେକ୍ଟର ଙ୍କୁ ଭେଟି ଆଉଟ୍ ସୋର୍ସିଙ୍ଗର ଦାୟିତ୍ୱରେ ଥିବା ମ୍ୟାନେଜରଙ୍କ ବିରୋଧରେ ଆସୁଥିବା ବିଭିନ୍ନ ଦୁର୍ନୀତିର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରିଥିଲେ । ଶ୍ରୀ ତନ୍ତୀ ହସ୍ପିଟାଲ ପାଇଁ ଆବଶ୍ୟକ ଡାକ୍ଟର, ନର୍ସିଂ ଷ୍ଟାଫ, ଅନ୍ୟାନ୍ୟ କର୍ମଚାରୀଙ୍କ ଆବଶ୍ୟକତା ଅନୁଯାୟୀ ବର୍ତ୍ତମାନ କେତେ ଅଛନ୍ତି ତା ଉପରେ ତଥ୍ୟ ଦେବାକୁ କହି ଥିଲେ । ଡାଇରେକ୍ଟର ତଥ୍ୟ ଦେବା ସହିତ ବିବିଧ ମେଡ଼ିକାଲ ଇକ୍ୟୁପମେଣ୍ଟ ଓ ଉପଯୁକ୍ତ ଡ଼କ୍ଟର, ନର୍ସିଂ ଷ୍ଟାଫ ଆଦି ନଥିବା ଦର୍ଶାଇ ଥିଲେ । ଜନସଂଖ୍ୟା ତୁଳନାରେ ବେଡ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ଵ ଦେଇ ଥିଲେ । ଶ୍ରୀ ତନ୍ତୀ ହସ୍ପିଟାଲର ବିବିଧ ସମସ୍ୟା ଉପରେ ଅତିରିକ୍ତ ଜିଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏଥି ସହିତ ତୁମକେଲା, ଲୁହାକେରା, ହମିରପୁର ଆଦି ଅଞ୍ଚଳରେ ରାସ୍ତା, ଡ୍ରେନ, ଷ୍ଟ୍ରିଟ ଲାଇଟ୍ର ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ।
ବିଧାୟକ ଙ୍କ ସହ ଜିଲ୍ଳା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ପ୍ରଫୁଲ୍ଲ ମିଶ୍ର, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ , ଟିକେଶ୍ୱର ଟାଣ୍ଡିଆ, ଅବିନାଶ ସାମଲ, ନିରଞ୍ଜନ ସେନାପତି, ହେମନ୍ତ ଜେନା, କୈଳାଶ ତନ୍ତୀ, ଜୟାନନ୍ଦ ବେହେରା, ଉପେନ୍ଦ୍ର ନାୟକ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

Leave A Reply

Your email address will not be published.