ରାଉରକେଲା : ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୁଦ୍ଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର।। ଦାୟର କଲେ ଦିଲ୍ଲୀପ ରାୟ।

0 1,824

ରାଉରକେଲା : ୨୧/୬ (ସତ୍ୟାନ୍ୟୁଜ) ହାଇକୋର୍ଟରେ ମାମଲା ଦାୟର କଲେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ। ରାଉରକେଲାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ଦାୟର କରିଛନ୍ତି ନିର୍ବାଚନୀ ମାମଲା। ସାରଦା ନିଜ ମନୋନୟନ ପତ୍ରରେ ଭୁଲ ଓ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ଦିଲ୍ଲୀପ ରାୟ ଏହି ମାମଲା ଦାୟର କରିଥିବା ଜଣା ପଡ଼ିଛି।
ନାମାଙ୍କନ ସମୟରେ ସାରଦା ନିଜ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲା ବିଷୟରେ ତଥ୍ୟ ଲୁଚାଇବା ସହ ନିଜର ସ୍ଥାବର/ଅସ୍ଥାବର ସମ୍ପତ୍ତିର ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବରୁ ରାଉରକେଲାରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଅଣଦେଖା କରାଯାଇଥିବା ଦିଲ୍ଲୀପ ଆବେଦନରେ ଦର୍ଶାଇଛନ୍ତି। ନାମାଙ୍କନ ପତ୍ରରେ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଦିଲ୍ଲୀପ ରାୟ।

Leave A Reply

Your email address will not be published.