ରାଉରକେଲା : ୨୦/୬ (ସତ୍ୟାନ୍ୟୁଜ) ବିରମିତ୍ରପୁରରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକଙ୍କ ନାମ ସାଗର କଶ୍ୟପ। ସାଗର ସାଙ୍ଗ ମାନଙ୍କ ସହ ସଣ୍ଡେ ମାର୍କେଟ ନିକଟ ତଵରାଜ୍ ଢ଼ିପା ଠାରେ ଫୁଟବଲ ଖେଳୁଥିଲେ। ଏହି ସମୟରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ସାଙ୍ଗ ମାନେ ପଡ଼ିଆରୁ ଦୌଡ଼ି ପଳାଇ ଆସୁଥିବା ବେଳେ ସାଗର ପଛରେ ରହି ଯାଇଥିଲେ। ଏହି ସମୟରେ ବିଜୁଳି ଘଡ଼ଘଡି ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତ ରେ ତଳେ ପଡି ଯାଇଥିଲେ ସାଗର। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବିରମିତ୍ରପୁରରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି।