କ୍ରୀଡ଼ାକ୍ଷେତ୍ର ରେ ଓଡିଶା ଲାଗି ଖୁଶି ଖବର।।ପ୍ରମୋଦ ଭାଗତ ଙ୍କୁ ଖେଳରତ୍ନ ପୁରସ୍କାର : ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଅର୍ଜୁନ ପୁରସ୍କାର ।

0 348

ଓଡିଶା କୁ କ୍ରୀଡାକ୍ଷେତ୍ରରେ ମିଳିଛି ବଡ଼ ଖୁସି ଖବର । ଏହା ସହ ଜାତୀୟ ମାନଚିତ୍ର ରେ ଓଡିଶା କ୍ରୀଡ଼ାକ୍ଷେତ୍ରରେ ବେଶ ସମ୍ମାନ ହାସଲ କରିଛି । ଟୋକିଓ
ପାରାଲିମ୍ପିକ୍ସରେ ସ୍ଵର୍ଣ ପଦକ ଜିତି ଓଡିଶା ସହ ସମଗ୍ର ଭାରତ ବର୍ଷ ଲାଗି ଗର୍ବ ଏବଂ ଗୌରବ ଆଣିଥିବା ପାରାବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭାଗତଙ୍କ ନାମ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ ହୋଇଛି ।

ଏହା ଛଡା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଲାଗି ବଡ଼ ଖୁସି ଖବର ହେଲା ସମ୍ମାନଜନକ ଅର୍ଜୁନ ପୁରସ୍କାର ଚୂଡାନ୍ତ ତାଲିକାରେ ଟୋକିଓ ରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ସଦସ୍ୟ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହୀଦାସ ଅଛନ୍ତି । ଏହା ସୁନ୍ଦରଗଡ଼ ସହ ଓଡିଶା ପାଇଁ ଏକ ଐତିହାସିକ ଘଟଣା। ବିରେନ୍ଦ୍ର ଏବଂ ଅମିତ ଦଶମ ଏବଂ ଏକାଦଶ ଓଡ଼ିଆ କ୍ରୀଡା ତାରକା ଭାବେ ଅର୍ଜୁନ ପୁରସ୍କାର ପାଇବେ । ଏହା ପୂର୍ବରୁ ମିନତୀ ମହାପାତ୍ର , ରଚିତା ପଣ୍ଡା , ବିଜୟ ଶତପଥୀ , ଦିଲ୍ଲୀପ ତିର୍କୀ , ଜ୍ୟୋତି ସୁନିତା କୁଲୁ , ଇଗ୍ନେସ ତିର୍କୀ , ଦୁତି ଚାନ୍ଦ , କେ ରବିକୁମାର ଅର୍ଜୁନ ପୁରସ୍କାର ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭାଗତ ଙ୍କୁ ତାଙ୍କ ସଫଳତାରେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.