ସୁନ୍ଦରଗଡ଼ : ମେଡିକାଲ କଲେଜରେ ଚାକିରୀ ଦେବା ନାଁ ରେ ଠକେଇ।। ମେଡିକାଲ କର୍ମଚାରୀଙ୍କ ସହ ୫ ଗିରଫ।

0 443

ସୁନ୍ଦରଗଡ଼ : ୧୭/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚାକିରି ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ୍। ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଏହି ଘଟଣାରେ ଜଣେ ମେଡିକାଲ କର୍ମଚାରୀଙ୍କ ସହ ୫ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସୁଶାନ୍ତ ମାଝୀ, ଚୈତନ୍ୟ ତନ୍ତି, ମଦନ ଗର୍ଡିଆ ଓ ଆଶିଷ ନାଏକ।
୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହିତ ଗୋଟିଏ କମ୍ପ୍ୟୁଟର , ପ୍ରିଣ୍ଟର ଏବଂ ନିଯୁକ୍ତି ସମ୍ବଧିୟ ବହୁ ଦସ୍ତାବିଜ ଜବତ କରିଛି।
ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଆଟେଣ୍ଡାଣ୍ଟ, ସୁପରଭାଇଜର, ସିକ୍ୟୁରିଟି ଗାର୍ଡ ଓ ରିସେପସନିଷ୍ଟ ଭାବେ ଚାକିରି କରାଇ ଦେବାକୁ କହି ଅଭିଯୁକ୍ତମାନେ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ ଏବଂ ଜାଲ୍ ନିଯୁକ୍ତି ପତ୍ର ଦେଉଥିଲେ। ଜାଲ୍ ନିଯୁକ୍ତି ପତ୍ର ବଦଳରେ ଅଭିଯୁକ୍ତମାନେ ଚାକିରି ଆଶାୟୀମାନଙ୍କ ଠାରୁ ୪୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥିଲେ।
ଠକେଇର ଶିକାର ହୋଇଥିବା କିଛି ଯୁବକଯୁବତୀ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରିଛି। ଏବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.