ରାଉରକେଲା ସାତ ନମ୍ବର ସେକ୍ଟର ଥାନା ର ଦୀପିକା ଇଂଲିଶ ମିଡିୟମ ସ୍କୁଲ ପଛପଟେ ଥିବା ଏକ ବୁଦା ମଧ୍ୟରୁ ଜଣେ ଯୁବକ ର ଶବ ଉଦ୍ଧାର କରାଯାଇଛି । ଉକ୍ତ ଯୁବକଙ୍କୁ କେହି ତଣ୍ଟି କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଛି । ଗୁରୁବାର ବିଳମ୍ବିତ ରାତି କିମ୍ବା ଆଜି ଭୋର ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସକାଳୁ ପ୍ରାତ ଭ୍ରମଣ ରେ ବାହାରିଥିବା ସ୍ଥାନୀୟ ଲୋକେ ଯୁବକ ଙ୍କ ମୃତ ଦେହ ପଡିଥିବାର ଦେଖି ସେକ୍ଟର 7 ଥାନା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଯୁବକଙ୍କ ପତିଚୟ ମିଳିପାରିନାହିଁ। ପିନ୍ଧିଥିବା ଡ୍ରେସ ରୁ ଯୁବକ ଜଣଙ୍କ ସମ୍ପନ୍ନ ପରିବାର ର ହୋଇଥିବା ଅନୁମାନ କରାଯାଉଛି। ପୋଲିସ ତଦନ୍ତ ଜାରି ରହିଛି ।