ଶ୍ରୀମନ୍ଦିର ପରିସରରେ ନାବାଳିକା କୁ ଅସଦାଚରଣ ଅଭିଯୋଗ ।
ସିଂହଦ୍ଵାର ଥାନାରେ ମାମଲା ରଜ୍ଜୁ ।

0 459

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ଅସଦାଚରଣ ମନ୍ଦିର ପରିସରରେ ଥିବା ଏକ ମନ୍ଦିରର ପୂଜକ କରିଥିବା ଅଭଯୋଗ ହୋଇଛି

। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପୂଜକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ପ୍ରାୟ ୨ ଦିନ ପୂର୍ବେ ପୁରୀ ବାହାରର ଜଣେ ନାବାଳିକା ନିଜ ପରିବାର ସହ ଶ୍ରୀମନ୍ଦିରକୁ ଆସିଥିଲେ। ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଜଣେ ପୂଜକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ନାବାଳିକାଜଣଙ୍କ ଏନେଇ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ନବଳିକାଙ୍କ ବୟାନ ରେକର୍ଡ ପରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.