ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍ଵାମୀ ମୃତ , ସ୍ତ୍ରୀ ଗୁରୁତର ।

0 1,370

ସୁନ୍ଦରଗଡ଼ ଜିଲ୍ଲା ର ବିରମିତ୍ରପୁର-ରାଏବଗା ରୋଡ଼ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ଲାଗି ରାଉରକେଲା ଅଣା ଯାଇଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ର ଏକ ଦମ୍ପତି କାର ଯୋଗେ ବଡ଼ମାଳ ରୁ ରାଉରକେଲା ଫେରୁଥିବା ବେଳେ ରାଏବଗା-ବିରାମିତ୍ରପୁର ରୋଡ଼ ରେ ଏକ ସରକାରୀ ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲାଯେ କାର ଟି ବସ ମଧ୍ୟରେ ଚାପି ହୋଇ ରହିଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ଗ୍ୟାସ କଟର ସାହାଯ୍ୟରେ କାର କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ । ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀଙ୍କୁ ରାଉରକେଲା ଆଇ ଜି ଏଚ ଚିକିତ୍ସା ଲାଗି ପଠାଯାଇଛି । ମୃତକ ଙ୍କ ଚିହ୍ନଟ ହୋଇଛି । ସେ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ଏବଂ ତାଙ୍କ ନାମ ବିନୋଦ ଏକ୍କା ବୋଲି ଜଣା ପଡ଼ିଛି । ରାଏବଗା ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.