ରାଉରକେଲା : ଭାରତ-ଇଂଲଣ୍ଡ ହକି ବିଶ୍ୱକପ ମ୍ୟାଚ ଅମୀମାଂସିତ ଭାବେ ଶେଷ।। ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ୨୦ ହଜାର ଦର୍ଶକ ଖେଳ ମଜା ନେଲେ।
ରାଉରକେଲା :୧୫/୧/୨(ସତ୍ୟା ନ୍ୟୁଜ)
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଦିନ ଚାଲିଥିବା ହକି ବିଶ୍ୱକପ ମ୍ୟାଚ ଅମୀମାଂସିତ ଭାବେ ସମାପ୍ତ ହୋଇଛି। ଏହି ରୋମାଞ୍ଚକର ମ୍ୟାଚରେ ଖେଳ ଶେଷ ପର୍ଯ୍ୟନ୍ତ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ଖେଳ ଶେଷ ହେବାର ୨୦ ସେକେଣ୍ଡ ପୂର୍ବରୁ ଇଂଲଣ୍ଡ କୁ ଏକ ପେନାଲଟି ଶଟ ସୁଯୋଗ ମିଳିଥିଲା। ମାତ୍ର ଇଂଲଣ୍ଡ ଗୋଲ ଦେବାକୁ ସଫଳ ହୋଇ ପାରିଲା ନାହିଁ। ରାଉରକେଲା ବିର୍ସ। ମୁଣ୍ଡା ଷ୍ଟାଡିଅମ ରେ ହୋଇଥିବା ଏହି ମ୍ୟାଚ ଶେଷ ପର୍ଯ୍ୟନ୍ତ ବେଶ ରୋମାଞ୍ଚକର ହୋଇଥିଲା। ଷ୍ଟାଡିଅମ ରେ ବସି ଖେଳ ଦେଖୁଥିବା ୨୦ ହଜାର ଦର୍ଶକ ଖେଳର ଆନନ୍ଦ ନେଇଥିଲେ ।