ରାଉରକେଲା : ନିହାରବାଳା ଇଂଲିସ ମିଡ଼ିଅମ ସ୍କୁଲ ଏବଂ ସନ ସାଇନ ପ୍ରି ସ୍କୁଲ ର ବାର୍ଷିକ ଉତ୍ସବ ସମ୍ପନ।। କୃତି ଛାତ୍ରଛାତ୍ରୀ ମାନେ ପୁରସ୍କୃତ।
ରାଉରକେଲା:୧୧/୧/୨୩(ସତ୍ୟା ନ୍ୟୁଜ)
ରାଉରକେଲା ବସ୍ତିଆ ମେମୋରିଆଲ ଟ୍ରଷ୍ଟ ପରିସରରେ ଥିବା ନିହାରବାଳା ଇଂଲିସ ମିଡ଼ିଅମ ସ୍କୁଲ ଏବଂ ସନସାଇନ ପ୍ରି ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ପରିସରରେ ଅୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବସ୍ତିଆ ଶୃତି ସଦନର ଚେୟାରମ୍ୟାନ ହେମନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅଭୟ କୁମାର ଦାସ , ସତ୍ୟାନନ୍ଦ ମହାନ୍ତି , ଅଞ୍ଜନା ମୈତ୍ର , କଳ୍ପନା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟାନେଜିଙ୍ଗ ଟ୍ରଷ୍ଟି ଗୌତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲ ର ସମ୍ପାଦିକା ନିବେଦୀତା ମିଶ୍ର ପରିଚାଳନା କରିଥିଲେ। ଅୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।