ରାଉରକେଲା: ବଣେଇ ଏବଂ ରାଉରକେଲା ବନଖଣ୍ଡରେ ପକ୍ଷୀ ଗଣନା।। ୧୩ ଟି ରେଞ୍ଜରେ ନିୟୋଜିତ ହୋଇଥିଲେ ୪୮ଟି ଟିମ୍।

0 197

ରାଉରକେଲା :୧୧/୧/(ସତ୍ୟା ନ୍ୟୁଜ)
ରାଉରକେଲା ଏବଂ ବଣେଇ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହୋଇଯାଇଛି। ବଣେଇ ବନଖଣ୍ଡର ୭ ଟି ରେଞ୍ଜ ଏବଂ ରାଉରକେଲାର ବାଙ୍କୀ ରେଞ୍ଜ ରେ ସମୁଦାୟ ୨୫ ଟି ଟିମ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଟିମ୍ ଗୁଡିକ ବିଭିନ୍ନ ଜଳାଶୟ , ଜଳପ୍ରପାତ ଆଦି ସ୍ଥାନରେ ବାଇନାକୁଲାର ସାହଯ୍ୟରେ ପକ୍ଷୀ ଗଣନା କରିଥିଲେ। ପକ୍ଷୀ ଗଣନାରେ ରେଞ୍ଜର , ଫରେଷ୍ଟର , ଗାର୍ଡ ମାନେ ନିୟୋଜିତ ହୋଇଥିଲେ। କେତେକ ନଦୀ ଏବଂ ଡ୍ୟାମ ଅଞ୍ଚଳରେ ନୂଆ ଅତିଥି ପକ୍ଷୀ ଆସିଥିବା ପରିଲକ୍ଷିତ ହୋଇଛି। କୁଆରମୁଣ୍ଡା ଏବଂ ବିରମିତ୍ରପୁର ରେଞ୍ଜ ରେ ମଧ୍ୟ ପକ୍ଷୀ ଗଣନା ହୋଇଥିଲା। ବ୍ରାହ୍ମଣୀ ନଦୀ , ମନ୍ଦିରା ଡ୍ୟାମ , ପିତାମହଲ ଡ୍ୟାମ , କାଂଶବହଲ ଡ୍ୟାମ ଆଦିରେ ମଧ୍ୟ ଏହି ଗଣନା କରା ଯାଇଥିଲା।

Leave A Reply

Your email address will not be published.