ରାଉରକେଲା : ଡାଲମିଆ ଭାରତ ସିମେଣ୍ଟ ଖଣି ସମ୍ପ୍ରସାରଣ ଲିଗି ହୋଇଥିବା ବିସ୍ଥାପିତଙ୍କ ଅଭିନବ ପ୍ରତିବାଦ।। ପ୍ଲାକାର୍ଡ ଧରି ରାସ୍ତାକଡ଼ରେ ମୌନ ପ୍ରତିବାଦ।

0 386

ରାଉରକେଲା : ୫/୧/୨୩(ସତ୍ୟା ନ୍ୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିଅମ ଉଦଘାଟନ କରୁଛନ୍ତି। ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମଞ୍ଚଳର ହକି ଖେଳାଳୀ ମାନଙ୍କୁ ବସ ଯୋଗେ ଏହି ଉତ୍ସବକୁ ଅଣାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲାର ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଲକର ୫ଟି ପଞ୍ଚାୟତର ବିସ୍ଥାପିତ ମାନେ ତାଙ୍କର ଦାବି ନେଇ ରାସ୍ତା କଡରେ ଏକ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ଧାରଣାରେ ଜାତୀୟ ତଥା ଅନ୍ତର୍ଜାତୀୟ ହକି ଖେଳାଳିଙ୍କ ପରିବାର ବର୍ଗ ମଧ୍ୟ ସାମିଲ ହୋଇ ଥିବାର ସୂଚନା ମିଳିଛି। ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ ପକ୍ଷରୁ କମ୍ପାନୀର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଡାଲମିଆ ସିମେଣ୍ଟ ୫ ଟି ପଞ୍ଚାୟତର ପ୍ରାୟ ୮୦୦ ଏକର ଜମି ଅଧିଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଅଧିଗ୍ରହଣ ପ୍ରକ୍ରିୟା ବନ୍ଦ ରଖିବାକୁ ସ୍ଥାନୀୟ ଆଦିବାସୀ ମାନେ ସରକାରଙ୍କୁ ନିବେଦନ କରିଥିଲେ ମଧ୍ୟ ଏହା ବନ୍ଦ ହୋଇନାହି। ଫଳରେ ପ୍ରତିବାଦରେ ଆଜି ରାସ୍ତାକଡ଼ରେ ବିସ୍ଥାପିତ ମାନେ ବିଭିନ୍ନ ପ୍ଲାକାର୍ଡ ଧରି ଛିଡା ହୋଇ ମୌନ ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.