ରାଉରକେଲା : ରବିବାର ଦିନ ଆୟୋଜିତ ହେଉଛି ‘ରନ ଫର ହକି’ କାର୍ଯ୍ୟକ୍ରମ।। ମୁନିସିପାଲ କଲେଜ ଛକରୁ ରାଉରକେଲା କ୍ଲବ ଛକ ପର୍ଯ୍ୟନ୍ତ ଚାଲିବ।

0 259

ରାଉରକେଲା : ୧୭/୧୨(ସତ୍ୟା ନ୍ୟୁଜ) ଆସନ୍ତାକାଲି ସହରରେ ଆୟୋଜିତ ହେବାକୁ ଯାଉଛି ‘ରନ ଫର ହକି’ କାର୍ଯ୍ୟକ୍ରମ। ଜାନୁଆରୀ ମାସରେ ରାଉରକେଲାରେ ହକି ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ସହରରେ ଏକ କ୍ରୀଡା ବାତାବରଣ ସୃଷ୍ଟି କରିବାକୁ ଏହି ରନ ଫର ହକି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏହି ଦୌଡ଼ କାର୍ଯ୍ୟକ୍ରମ ମୁନିସିପାଲ କଲେଜ ଛକରୁ ଆରମ୍ଭ ହୋଇ ରାଉରକେଲା କ୍ଲବ ଛକ ରେ ଶେଷ ହେବ। ପୂର୍ବରୁ ୪ ତାରିଖ ଦିନ ପଥୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବେ ସିଟି ସ୍ପୋର୍ଟସ କାର୍ଣ୍ଣିଭାଲ ଚାଲିଛି। ସହରର ସମସ୍ତେ ହକି ବିଶ୍ୱକପ ସହ ଯୋଡି ହେବାକୁ ରବିବାର ଦିନ ରନ ଫର ହକି କାର୍ଯ୍ୟକ୍ରମରେ ଯୋଗ ଦେବାକୁ
ଆର ଏମ୍ ସି କମିଶନର ଶୁଭଙ୍କର ମହାପାତ୍ର ନିବେଦନ କରିଛନ୍ତି।

Leave A Reply

Your email address will not be published.