ରାଉରକେଲା: ଦ୍ରୁତ ଗତିରେ ଚାଲିଛି ହକି ଛକର ନବୀକରଣ ସହ ସୌନ୍ଦର୍ଯ୍ୟକରଣ କାମ।। ହକି ବିଶ୍ୱକପ ଲାଗି ପ୍ରସ୍ତୁତି ଜୋରଦାର।
ରାଉରକେଲା : ୩୦/୧୧(ସତ୍ୟା ନ୍ୟୁଜ)
ହକି ବିଶ୍ୱକପ ଲାଗି କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସହ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏହି ମ୍ୟାଚ ହେଉଥିବା ବେଳେ ରାଉରକେଲାରେ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ହେବ। ରାଉରକେଲାରେ ନିର୍ମାଣଧୀନ ଷ୍ଟାଡିଅମର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସହରର ସୌନ୍ଦର୍ଯ୍ୟକରଣ କାମ ଜୋର ସୋର ରେ ଚାଲିଛି। ବିଭିନ୍ନ ରାସ୍ତା ଘାଟ, ଛକ ଆଦି କାମର ସୌନ୍ଦର୍ଯ୍ୟକରଣ ହେଉଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥରୁ ସହରକୁ ପ୍ରବେଶ ଦ୍ୱାର ହକି ଛକର ନବୀକରଣ ଅତି ସୁନ୍ଦର ଭାବେ କରାଯାଉଛି। ଛକ ମଝିରେ ଏକ ସୁନ୍ଦର ଗ୍ଲୋବ କରାଯାଉଥିବା ବେଳେ ରାଜପଥ କଡରେ ଗ୍ରୀନ ସ୍କେପ କରାଯାଉଛି। ଏହାସହ ବିଭିନ୍ନ ପ୍ରକାରର ଇମେଜ ମଧ୍ୟ ନିର୍ମାଣ କରାଯାଉଛି। ମୋଟ ଉପରେ ସହରର ପ୍ରବେଶ ଦ୍ୱାର ହକି ଛକ କୁ ଅତି ସୁନ୍ଦର ଭାବେ ନବୀକରଣ କରାଯାଉଛି। ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ଲିମିଟେଡ଼ ର ମିଳିତ ପ୍ରୟାସରେ ଏହି କାର୍ଯ୍ୟ ଚାଲିଛି।