ରାଉରକେଲା ସମେତ ରାଜ୍ୟର ଅନେକ ସହରରେ ପିଆଜ ଦାମ ହଠାତ ଅକାଶଛୁଆଁ ହୋଇଯାଇଛି । ରାଉରକେଲା ରେ ସୋମବାର ଦିନ ପିଆଜ କେଜି ପ୍ରତି ୨୬ ଟଙ୍କା ଥିବା ବେଳେ ଗୋଟିଏ ଦିନରେ ଦର ବୃଦ୍ଧି ଘଟି ଏହା ୪୦ ଟଙ୍କାରେ ପହଞ୍ଚିଛି । ହୋଲସେଲ ମାର୍କେଟ ରେ ପିଆଜ କେଜି ପିଛା ୩୬ ଟଙ୍କାରେ ବିକ୍ରି ହୋଇଛି । ଗୋଟିଏ ଦିନରେ ହଠାତ ପିଆଜ ଏକ କେଜି ରେ 14 ଟଙ୍କା ବଢିଯାଇଥିବାରୁ ଖାଉଟି ମାନଙ୍କ ମଧ୍ୟରେ ଅସୋନ୍ତସ ଦେଖାଦେଇଛି । ହଠାତ ପିଆଜ ଦର ବୃଦ୍ଧି ର କୌଣସି ସଠିକ କାରଣ କେହି କହି ପାରୁନଥିବା ବେଳେ ନାସିକ ରେ ବର୍ଷା ଯୋଗୁଁ ପିଆଜ କମ ଆସୁଥିବାରୁ ଦାମ ବଢିଥିବା ଅନୁମାନ କରାଯାଉଛି । ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଯୋଗାଣ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନିଆଯାଇ ନାହିଁ ।