ବିରମିତ୍ରପୁର ରେ ଏକ ଦମକଳ କେନ୍ଦ୍ର ଖୋଲିବା ଲାଗି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ଏବଂ କୁଆରମୁଣ୍ଡା ରେ ଦମକଳ କେନ୍ଦ୍ର ଥିବା ବେଳେ ବିରମିତ୍ରପୁର ଟାଉନ ରେ ଦମକଳ କେନ୍ଦ୍ର ନଥିବାରୁ ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ନିଆଁ କୁ ଅୟତ୍ତ କରି ହେଉନାହିଁ । ନୂଆଗାଁ ଏବଂ କୁଆରମୁଣ୍ଡା ରୁ ଫାୟାର ଟିମ ଆସିବାକୁ ସମୟ ଲାଗିଥାଏ ।ଫଳରେ ଧନ ଜୀବନ ରକ୍ଷା କରିବାଲାଗି ଲୋକମାନେ ନିଜେ ଉଦ୍ୟମ କରିଥାନ୍ତି । ଦୁଇଦିନ ତଳେ ରାଉରକେଲା ରୁ ଏକ କାର
ସିମଡେଗା ଯାଉଥିବା ବେଳେ ଟାଉନ ମଝିରେ କାର ରେ ନିଆଁ ଲାଗିଯାଇଥିଲା । ଦମକଳ ପହଞ୍ଚି ବାରେ ବିଳମ୍ବ ଯୋଗୁଁ କାର ଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ପୂର୍ବରୁ ବିରମିତ୍ରପୁର ରେ ଏକ ପେଟ୍ରୋଲ ପମ୍ପ ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସେତେବେଳେ ମଧ୍ୟ ଫାୟାର ଟିମ ବିଳମ୍ବରେ ପହଞ୍ଚି ଥିଲା । ଏବେ ବିରମିତ୍ରପୁରରେ ଦମକଳ କେନ୍ଦ୍ର ଖୋଲିବା ଦାବି ଜୋର ଧରିଛି ।