ସୁନ୍ଦରଗଡ଼ ଝିଅ ମୋନିକା ହେଲେ ଜେମ ମିସ୍ ଓଡିଶା ୨୦୨୨।। ଭୁବନେଶ୍ୱର ରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ।

0 346

ସୁନ୍ଦରଗଡ଼ ଜିଲ୍ଲାର ମୋନିକା ସାଠୁଆ ମିସ୍ ଓଡିଶା ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ଲାଗି ଗୌରବ ଆଣିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସପ୍ତମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମିସ୍ ଓଡିଶା ୨୦୨୨ ସୁନ୍ଦରୀ ପ୍ରତଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଓଡିଆ ଝିଅ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଟେଲି ଅଭିନେତ୍ରୀ, ବିଭିନ୍ନ ଶିକ୍ଷାନଷ୍ଠାନରେ ଉଚ୍ଚ ଶିକ୍ଷାଲାଭ କରିଥିବା ଛାତ୍ରୀ ଏବଂ ବିଭିନ୍ନ କ୍ଷେତ୍ରରୁ ପାରଦର୍ଶିତା ହାସଲ କରିଥିବା ଝିଅମାନେ ସାମିଲ ଥିଲେ।
ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ତରଫରୁ ନିର୍ବାହୀ ନିର୍ଦେଶକ ଦୀପକ ମହାନ୍ତି ଏବଂ ନିର୍ଦେଶକ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ତତ୍ବାବଧାନରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଓଲିଉଡ ଓ ବଲିଉଡ୍ ର କିଛି କଳାକାର ଓ ଅତିଥି ମାନେ ମଧ୍ୟ ଯୋଗ ଦେଇଥିଲେ।
୩ ଜଣ ବିଜେତାଙ୍କ ମଧ୍ୟରୁ ସୁନ୍ଦରଗଡର ମୋନିକା ସଠୁଆ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ହୋଇଥିଲେ । ପୁରୀର ସମ୍ମୟନା ରାଉତ ଓ ଭୁବନେଶ୍ବର ର ଅନନ୍ଦିତା ଷଡ଼ଙ୍ଗୀ ଯଥାକ୍ରମେ ପ୍ରଥମ ଓ ଦ୍ବୀତିୟ ରନର୍ସ ଅପ୍ ସ୍ଥାନ ଅଧିକାର କରିଥିଲେ।

Leave A Reply

Your email address will not be published.