ରାଉରକେଲା : ବନ୍ଧମୁଣ୍ଡା ରେ ମାଲଗାଡି ର ୩ଟି ବଗି ଲାଇନଚ୍ୟୁତ।। ଆରଏସପି ରୁ ମାଲ ଅନଲୋଡ଼ କରି ଫେରୁଥିବା ବେଳେ ଦୁର୍ଘଟଣା।
ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ରାଉରକେଲା ବନ୍ଧମୁଣ୍ଡାରେ ଏକ ମାଲ ଗାଡିର ତିନୋଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଛି। ଆରଏସପିରୁ ମାଲ ଅନଲୋଡ୍ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେଲୱେ ୟାର୍ଡ ନିକଟରେ ଘଟିଥିବା ସୂଚନା ମିଳିଛି। ଗୋଟିଏ ବଗି ଲାଇନଚ୍ୟୁତ ହେବ ପରେ ସେହି ରୁଟ ରେ ଯାଇଥିବା ଅନ୍ୟ ଏକ ମାଲ ଗାଡି ସହ ଘଷି ହୋଇଯାଇଥିଲା। ଫଳରେ ମାଲ ଗାଡିର ଆଉ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ରାଉରକେଲା ଇସ୍ପାତ କାରଖାନାକୁ ଯାଇଥିବା ରେଳ ମାର୍ଗରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ମୁଖ୍ୟ ରେଳ ମାର୍ଗ କୌଣସି ପ୍ରକାର ପ୍ରଭାବିତ ହୋଇନଥିବା କୁହାଯାଇଛି। ତେବେ ରେଳ ବିଭାଗ ପକ୍ଷରୁ ଟ୍ରାକ ରୁ ବଗି ଉଠାଇବା କାର୍ଯ୍ୟକ୍ରମ ଜାରି ରହିଛି। ରେଳ ଟ୍ରାକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।