ରାଉରକେଲା : ତାପସ୍ୱିନୀ ଏକ୍ସପ୍ରେସ ରହଣି ଦାବିରେ ନୂଆଗାଁ ଷ୍ଟେସନରେ ଧାରଣା ଏବଂ ରେଳ ରୋକ।। ନୂଆଗାଁ , ହାତୀବାରି ଅଞ୍ଚଳର ଚାଷୀମାନେ ଆନ୍ଦୋଳନରେ ସାମିଲ।

0 360

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସ୍‌ ଏବଂ ଜାମ୍ମୁ-ତାଇ ଏକ୍ସପ୍ରେସ ଟ୍ରେନ୍‌ ରହଣି ଦାବିରେ ଆଜି ରେଳରୋକ କରାଯାଇଛି। ରେଳ ରୋକ ସହ ସ୍ଥାନୀୟ ଲୋକମାନେ ଷ୍ଟେସନ ନିକଟରେ ଧାରଣା ମଧ୍ୟ ଦେଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ଝାଡ଼ଖଣ୍ଡ ସୀମାନ୍ତରେ ଥିବା ନୂଆଗାଁ ରେଳ ଷ୍ଟେସନ୍‌ରେ ପୂର୍ବରୁ ତପସ୍ବିନୀ ଏକ୍ସପ୍ରେସ ରହୁଥିଲା। କିନ୍ତୁ ପରେ ଏହି ଟ୍ରେନ୍‌ ରହଣି ବାତିଲ ହୋଇଯାଇଛି। ଏହାଫଳରେ ନୂଅଗାଁ ଷ୍ଟେସନ ଉପରେ ନିର୍ଭରଶୀଳ ଅନେକ ପରିବା ଚାଷୀ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନେ ନିଜର ପନିପରିବା ରାଉରକେଲା କୁ ବିକ୍ରି କରିବାକୁ ଟ୍ରେନ ଯୋଗେ ଆଣିବାରୁ ବଞ୍ଚିତ ହେଉଛନ୍ତି । ଗତକାଲି ହାତିବାରି ଓ ନୂଆଗାଁ ଅଞ୍ଚଳର ଲୋକମାନେ ଆନ୍ଦୋଳନ ଲାଗି ପ୍ରସ୍ତୁତି ବୈଠକ କରିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ ଆଜି ସକାଳୁ ରେଳରୋକ କରାଯାଇଛି । ହାତିବାରୀ ଏବଂ ନୂଆଗାଁ ଅଞ୍ଚଳ ର ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.