ପ୍ରେମିକା ର ଗଳା କାଟି ହତ୍ୟା କରିବା ପରେ ପ୍ରେମିକ ର ବିଷ ପାନ।। ଗୁରୁତର ଅବସ୍ଥାରେ ପ୍ରେମିକକୁ ରାଉରକେଲା ସ୍ଥାନାନ୍ତର।

0 634

ମଣିଷ ମନରେ ଥରେ ସନ୍ଦେହ ପଶିଗଲେ ଏହା କେତେ ବିନାଶ କାରୀ ହୋଇ ପାରେ ତାହା ସୁନ୍ଦରଗଡ ଜିଲ୍ଲାର ଏହି ଘଟଣାରୁ ଜଣା ପଡୁଛି। ଜିଲ୍ଲାର ଚାନ୍ଦିପୋଷ ଥାନା ଅଞ୍ଚଳର ବଡ଼ ଭୁଲତା ଗ୍ରାମର ଜଣେ ଯୁବକ ଶୁକ୍ରୁ ଓରାମ ନିଜ ପ୍ରେମିକା କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମିକା କୁ ହତ୍ୟା କରିବା ପରେ ନିଜେ ଶୁକ୍ରୁ ବିଷ ପିଇ ଦେଇଛି। ଗୁରୁତର ଅବସ୍ଥାରେ ଶୁକ୍ରୁ କୁ ଚିକିତ୍ସା ଲାଗି ରାଉରକେଲା ଅଣାଯାଇଛି। ଶୁକ୍ରୁ ସେହି ଗ୍ରାମର ଜଣେ ଝିଅ କୁ ଭଲ ପାଉଥିଲା। ସନ୍ଦେହ ଘଟଣା କୁ ନେଇ ଦୁଇ ଜଣ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପ୍ରେମିକ ଶୁକ୍ରୁ ଏକ ଛୁରୀ ଆଣି ନିଜ ପ୍ରେମିକାଙ୍କ ବେକ କାଟି ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପ୍ରେମିକାକୁ ହତ୍ୟା କରିବା ପରେ ଶୁକ୍ରୁ ବିଷ ପିଇ ଦେଇଥିଲା। ଗୁରୁତର ଅବସ୍ଥାରେ ଶୁକ୍ରୁ ଙ୍କୁ ରାଉରକେଲା ଚିକିତ୍ସା ଲାଗି ଅଣାଯାଇଛି। ଚାନ୍ଦିପୋଷ ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.