‘ସ୍ୱାଧୀନତା ସଂଗ୍ରାମରେ ଜନଜାତି ବୀରଙ୍କ ଅବଦାନ’ ଶୀର୍ଷକ ଜାତୀୟ ସେମିନାର ।। ରାଉରକେଲା ଏନ ଆଇ ଟି ରେ ଅନୁଷ୍ଠିତ।

0 221

‘ସ୍ୱାଧୀନତା ସଂଗ୍ରାମରେ ଜନଜାତି ବୀର ଙ୍କ ଅବଦାନ’ ଶୀର୍ଷକ ଏକ ଜାତୀୟ ସ୍ତରର ଆଲୋଚନା ଚକ୍ର ରାଉରକେଲା ଏନ ଆଇ ଟି ପରିସର ରେ ଅନୁଷ୍ଠିତ ହୋଇଯାଇଛି।
ଏନ ଆଇ ଟି ଏବଂ ଜାତୀୟ ଜନଜାତି ଆୟୋଗ ର ମିଳିତ ଆନୁକୂଲ୍ୟରେ ଏହି ସେମିନାର ର ଆୟୋଜନ କରାଯାଇଥିଲା। ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ଏବଂ ଷ୍ଟିଲ ଆଠରୀଟି ଅଫ ଇଣ୍ଡିଆ ଲିମିଟେଡ଼ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏନ ଆଇ ଟି ନିର୍ଦେଶକ ପ୍ରଫେସର କେ ଉମା ମହେଶ୍ବର ରାଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସେମିନାର ଭୁବନେଶ୍ୱର ବେହେରା ଅଡିଟୋରିଅମ ରେ ଅନୁଷ୍ଠିତ ହୋଇଥିଲା। ଦେଶରେ ରହିଥିବା ଜନଜାତି ବୀରଙ୍କ ଜୀବନଶୈଳୀ ଉପରେ ଆଧାରିତ ଏକ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା।
ଏନ ଆଇ ଟି ରାଜେନ୍ଦ୍ର ମିଶ୍ର ହଲରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଜାତୀୟ ଜନଜାତି କମିଶନ ର ସଦସ୍ୟ ଅନନ୍ତ ନାୟକ ଉଦଘାଟନ କରିଥିଲେ। ଜନଜାତି ବୀର ଙ୍କୁ ସମ୍ମାନ ଦେବାକୁ ଦେଶର ୧୦୦ ରୁ ଉର୍ଦ୍ଧ୍ବ ବିଶ୍ୱବିଦ୍ୟାଳୟରେ ଏପ୍ରକାର ଆୟୋଜନ କରାଯାଇଛି। ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ଜନଜାତି ବର୍ଗଙ୍କୁ ଏପ୍ରକାର ଆୟୋଜନ ଏକ ସଠିକ ସମ୍ମାନ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.