କ୍ଷଣିକ ରାଗ ଏବଂ ଉତ୍ତେଜନାରେ ନିଆଯାଇଥିବା ପଦକ୍ଷେପ ସଂସାର ଉଜାଡି ଦେଇଥାଏ । ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ।
ଜିଲ୍ଲାର ଚାନ୍ଦିପୋଷ ଥାନା ଅନ୍ତର୍ଗତ
ବରଘାଟ ଗାଁରେ ଘରୋଇ କଳିକୁ ନେଇ ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହୋଇଯାଇଛି। କୌଣସି କାରଣ ନେଇ ରେଙ୍ଗୁଟୁ କୁମ୍ଭାର ପୁଅ ବିଜୁ କୁମ୍ଭାର ମଧ୍ୟରେ ହୋଇଥିଲା ବଚସା । ଏହି ଝଗଡା ପରେ ବାପା ରେଙ୍ଗୁଟୁ କୁମ୍ଭାର ଉତକ୍ଷିପ୍ତ ହୋଇ ପୁଅ ବିଜୁଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ବିଜୁଙ୍କୁ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ବାପା ରେଙ୍ଗୁଟୁ କୁମ୍ଭାରକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ।