ନିଟ ପରିକ୍ଷାରେ ରାଜସ୍ଥାନର ତନିଷ୍କା ଦେଶରେ ଟପ୍ପର।। ଓଡିଶା ଯାଜପୁର ର ପ୍ରିୟ ସୋମଦତ୍ତ ନାୟକ ୩୯ ରାଙ୍କ ରଖି ଓଡିଶା ଟପ୍ପର।
ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ରାଜସ୍ଥାନର ତନିସ୍କା ଦେଶରେ ଟପ୍ପର ହୋଇଥିବା ବେଳେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ପ୍ରିୟ ସୋମଦତ୍ତ ନାୟକ। ପ୍ରିୟ ୭୨୦ରୁ ୭୦୫ ମାର୍କ ରଖିଛନ୍ତି। ସେ ଟପ ୫୦ ମଧ୍ୟରେ ଅଛନ୍ତି। ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ରହିଛି ୩୯। ପ୍ରିୟଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର । ୭୦୦ରୁ ଅଧିକ ମାର୍କ ରହିବ ବୋଲି ଅଶା ରଖିଥିଲେ ବୋଲି ପ୍ରିୟ କହିଛନ୍ତି। ପିଲାବେଳୁ ତାଙ୍କର ଡାକ୍ତର ହେବାର ସ୍ୱପ୍ନ ଥିଲା ଏବଂ ଏବେ ଦିଲ୍ଲୀ ଏମ୍ସ ରେ ଏମ ବି ବି ଏସ କରିବାକୁ ଚାହୁଁଛନ୍ତି। ସେ ଏହି ଶ୍ରେୟ ତାଙ୍କ ବାପା, ମା’ ଓ ଶିକ୍ଷକଙ୍କୁ ଦେଇଛନ୍ତି।
ପ୍ରିୟଙ୍କ ବାପା କହିଛନ୍ତି, ପୁଅ ୧୦ରୁ ୧୨ ଘଣ୍ଟା ପଢ଼ୁଥିଲା। ସେ ଟିଭି ଓ ମୋବାଇଲ ଦେଖେ ନାହିଁ। ସେ ସବୁବେଳେ ପାଠପଢ଼ାରେ ବ୍ୟସ୍ତ ରହିଥାଏ। ସେ ସନ୍ଧ୍ୟା ୮ଟାରୁ ଶୋଇପଡ଼େ ଓ ରାତି ୪ଟାରୁ ଉଠି ପାଠପଢ଼େ।
ନିଟ ପରୀକ୍ଷାରେ ରାଜସ୍ଥାନର ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି। ସେ ୯୯ ଦଶମିକ ନଅ ନଅ ପ୍ରତିଶତ ମାର୍କ ଆଣିଛନ୍ତି। ମୋଟ ୭୨୦ରୁ ୭୧୫ ରଖିଛନ୍ତି ତନିସ୍କା। ତାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି। ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିଟ୍ର ଅଫିସିଆଲ ୱେବସାଇଟ୍କୁ ଯାଇ ରେଜଲ୍ଟ ଦେଖିପାରିବେ।