ରାଉରକେଲା ଟାଉନ ହାଇସ୍କୁଲ ପରିସରରେ ଗୁରୁ ଦିବସ ପାଳିତ।। ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ।

0 194

ରାଉରକେଲା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ଗୁରୁ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଯାଇଛି। ସାର୍ଵଜନିକ ଭାବେ ଗୁରୁ ମାନଙ୍କୁ ସମ୍ମାନିତ କରା ଯାଇଥିବା ବେଳେ ବିଭିନ୍ନ ସ୍କୁଲ ରେ ମଧ୍ୟ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଛି। ରାଉରକେଲା ଡେଲି ମାର୍କେଟ ସ୍ଥିତ ଟାଉନ ହାଇସ୍କୁଲ ପରିସରରେ ଗୁରୁ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ଗୁରୁ ମାନଙ୍କ ପାଦ ଛୁଇଁ ଛାତ୍ରଛାତ୍ରୀ ମାନେ ଆଶୀର୍ବାଦ ନେଇଥିଲେ। ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କୁ ସ୍ନେହ , ସମ୍ମାନର ପ୍ରତୀକ ସ୍ୱରୂପ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ସାମିଲ ହୋଇଥିଲେ। ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave A Reply

Your email address will not be published.