ରାଉରକେଲା ଉଦିତନଗର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଲଜ୍ୟା ଜନକ ଘଟଣା। ଜଣେ ଦିବ୍ୟାଙ୍ଗ ଯୁବତୀ ଙ୍କୁ ବାରମ୍ବାର ଦୁଷ୍କର୍ମ କରି ୬ ମାସର ଗର୍ଭବତୀ କରିଥିବା ଘଟଣା ସାମ୍ନା କୁ ଆସିଛି। ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିଲେ। ପରିବାର ତରଫରୁ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଯୁବକ ଜନି କୁ ପୋଲିସ ଗିରଫ କରି ଡାକ୍ତରୀ ଯାଞ୍ଚ କରିଛନ୍ତି। ଦୁଷ୍କର୍ମ ଘଟଣା ପ୍ରଘଟ କଲେ ମାରି ଦେବାର ଧମକ ମଧ୍ୟ ଯୁବତୀଙ୍କୁ ଦିଆଯାଇଥିଲା। ପୋଲିସ ଭାରତୀୟ ଦଣ୍ଡବିଧି ଧାରା ୩୭୬/୫୦୬ ରେ ମାମଲା ଦାୟର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉଦିତନଗର ଥାନା କୁମ୍ଭାର ପଡା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ଙ୍କୁ ଘରେ ମା ବାପା ନଥିବାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଜନି ନାମକ ଜଣେ ଯୁବକ ଦୁଷ୍କର୍ମ କରି ଆସୁଥିଲେ। ଏହା ମଧ୍ୟରେ ଯୁବତୀ ଜଣଙ୍କ 6 ମାସର ଗର୍ଭବତୀ ହୋଇସାରିଛି। ଯୁବତୀ ଙ୍କ ବାପା ମା ଜାଣିଲା ପରେ ଉଦିତନଗର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏବେ ଏହି ଘଟଣା ର ଅଧିକ ତଦନ୍ତ ଜାରି ରଖିଛି।