ଲଗାତାର ଦୂତୀୟ ଦିନରେ ମଧ୍ୟ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଉପରେ ରହିଛି। ଆଜି ମଧ୍ୟ ଖୋର୍ଦ୍ଧାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ସର୍ବାଗ୍ରେ ରହିଛି । ଖୋର୍ଦ୍ଧାରେ ୩୬୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ୧୩୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦୂତୀୟ ଦିନରେ ସୁନ୍ଦରଗଡ଼ ରେ ୧୧୧ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇ ରାଜ୍ୟର ତୃତୀୟ ସ୍ଥାନରେ ରହିଛି। ସମ୍ବଲପୁର ରେ ୫୮ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକ , ଭୁବନେଶ୍ୱର , ସମ୍ବଲପୁର ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସେପରି କଟକଣା ଲାଗୁ ହୋଇନାହିଁ।
ତେବେ କୋଭିଡ ସଂକ୍ରମଣ ର ମୁକାବିଲା ଲାଗି ଗତକାଲି ଠାରୁ ବୁଷ୍ଟର ଡୋଜ ଟୀକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ବୁଷ୍ଟର ଡୋଜ ନେବା ଲାଗି ୨୦୦୦ ରୁ ଉର୍ଦ୍ଧ୍ବ କେନ୍ଦ୍ର ଖୋଲାଯାଇଛି ।