ରାଉରକେଲା ସାରନଗରୀ ନିକଟ 143 ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଜଣ ଯୁବକ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ଟିମଜୋର ଅଞ୍ଚଳ ର ଦୁଇଜଣ ଯୁବକ ଅବିନାଶ କାଙ୍ଗାଡି ଏବଂ କରନ କୁଜୁର ଏକ ବାଇକ ରେ ଘରକୁ ଫେରୁଥିବା ବେଳେ କାର୍ମେଲ ସ୍କୁଲ ନିକଟ ରାଜପଥ ରେ ଏକ ଟ୍ରକ ବାଇକ କୁ ଧକ୍କା ଦେଇଥିଲା । ଉଭୟ ଟ୍ରକ ଧକ୍କା ରେ ଗୁରୁତର ଆହତ ହୋଇ ରାସ୍ତାରେ ଛିଡିକି ପଡ଼ିଥିଲେ । ଉଭୟ ଯୁବକଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲ କୁ ପଠାଯାଇଥିଲା । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଜଲଦା ଫାଣ୍ଡି ପୋଲିସ ଘଟଣା ର ତଦନ୍ତ କରୁଛି । ଦୁର୍ଘଟଣା ସ୍ଥଳରୁ ଟ୍ରକ ସହ ଡ୍ରାଇଭର ଫେରାର ହୋଇଯାଇଛି ।