ମୁମ୍ବାଇରେ ଜଲୱା ଦେଖାଉଛନ୍ତି ଓଡ଼ିଆ ପୁଅ ପ୍ରତୀକ।। ୮ ମ ଶ୍ରେଣୀର ଛାତ୍ର ପ୍ରତୀକ ସୁନ୍ଦରଗଡର।

0 239

ମୁମ୍ବାଇ ରେ ନିଜ ଡ୍ୟାନ୍ସ ଜରିଆ ରେ ଜଲୱା ଦେଖାଉଛି ଓଡ଼ିଆ ପୁଅ । କଲର୍ସ ଚ୍ୟାନେଲ ରେ ପ୍ରସାରିତ ଲୋକପ୍ରିୟ ଡ୍ୟାନ୍ସ ପ୍ରତିଯୋଗିତା ଡ୍ୟାନ୍ସ ଦିୱାନେ ଜୁନିୟର ରେ ନିଜର ଧୂଆଁଧାର ନୃତ୍ୟ ପରିବେଶଣ କରି ଜଜ ଓ ସେଲିବ୍ରେଟି ଙ୍କ ସହିତ ଦର୍ଶକ ଙ୍କ ମନ ଜିଣିଛି ସୁନ୍ଦରଗଡ଼ ର ପୁଅ ପ୍ରତୀକ ନାଏକ ।

ଡ୍ୟାନ୍ସ ଦିୱାନେ ଜୁନିୟର ରେ ପ୍ରଥମେ ଅଡିସନ ଦେଲା ପରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ପ୍ରଥମେ ଟପ ୧୫ କୁ ଆଉ ଏବେ ଟପ ୭ କୁ ମନୋନୀତ ହୋଇଛନ୍ତି ପ୍ରତୀକ । ପ୍ରତୀକ ଙ୍କ ଡ୍ୟାନ୍ସ ସମସ୍ତଙ୍କୁ ମତୁଆଲା କରିବାରେ ଲାଗିଛି ।
ସୁନ୍ଦରଗଡ଼ ଜିଲ୍ଲା ଛଟେନପାଲି ଗାଁ ର ବିଜୟ ନାଏକ ଓ ସସ୍ମିତା ଙ୍କ ପୁତ୍ର ହେଉଛନ୍ତି ପ୍ରତୀକ । ସେ ଏବେ ସମ୍ବଲପୁର ର ସେଭେନ ହିଲସ ସ୍କୁଲ ରେ ୮ମ ଶ୍ରେଣୀରେ ପାଠ ପଢୁଛନ୍ତି।
ତାଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ବହୁ ପରିଶ୍ରମ କରିବାକୁ ପଡିଛି ।

ଆଉ ଏବେ ଡ୍ୟାନ୍ସ ଦିୱାନେ ରେ ଆରମ୍ଭ ହୋଇଯାଇଛି ଭୋଟିଂ ଏଣୁ ପ୍ରତୀକ ମଧ୍ୟ ଓଡିଶାବାସୀ ଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ଭୋଟ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମ ରେ ବିଜୟୀ କରିବା ପାଇଁ ।

Leave A Reply

Your email address will not be published.