ରାଉରକେଲା ବାସୀ ଙ୍କ ବହୁ ଆକାଂକ୍ଷିତ ୩ ଟି ପ୍ରକଳ୍ପ ର କାମ ଚାଲିଛି। ଏହି ପ୍ରକଳ୍ପ ଗୁଡିକ ହେଲା ଦୂତୀୟ ବ୍ରାହ୍ମଣୀ ବ୍ରିଜ , ରାଉରକେଲା ଏୟାରପୋର୍ଟ ର ସମ୍ପ୍ରସାରଣ ଏବଂ ବିରସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିଅମ। ଶନିବାର ଦିନ ଏହି ତିନୋଟି ପ୍ରକଳ୍ପ ବୁଲି ଦେଖିଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଏହାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ମଧ୍ୟ କରିଥିଲେ। ଏହି ତିନି ପ୍ରକଳ୍ପ କାମ କେବେ ସରିବ ସେ ବାବଦରେ ସାଂସଦ ଙ୍କ ମତାମତ ସଠିକ ଭାବେ ମିଳିପାରିନାହିଁ। ତେବେ ଆସନ୍ତୁ ଜାଣିବା ଏହି ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ।
ପ୍ରଥମେ ଦୂତୀୟ ବ୍ରାହ୍ମଣୀ ବ୍ରିଜ ବାବଦରେ ଜାଣିବା। ମେ ମାସ ଶେଷରେ ଦୂତୀୟ ବ୍ରାହ୍ମଣୀ ବ୍ରିଜ ର ତିନି ଲେନ ଚାଲୁ କରାଯିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ତାଙ୍କ ରାଉରକେଲା ଗସ୍ତ ସମୟରେ କହିଥିଲେ। ଜୁନ ମାସରେ ୬ ଲେନ ଖୋଲାଯିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ଏବେ ଦୂତୀୟ ବ୍ରାହ୍ମଣୀ ବ୍ରିଜ ର କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଜୁନ ମାସରେ ବ୍ରିଜ ଚାଲୁ ହେବା ଆଶା କମ।
ଦୂତୀୟରେ ରାଉରକେଲା ଏୟାରପୋର୍ଟ ର ସମ୍ପ୍ରସାରଣ କାମ ମଧ୍ୟ ଜାରି ରହିଛି। କିନ୍ତୁ ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀଙ୍କ ବ୍ୟକ୍ତବ୍ୟକୁ ନେଲେ ଏଠାରୁ ୨୦୨୩ ବେଳକୁ ବଡ ପ୍ଲେନ ଉଡିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆଶା କରାଯାଉଥିଲା ହକି ବିଶ୍ୱକପ ବେଳକୁ ଏହି ଏୟାରପୋର୍ଟ ର ସମ୍ପ୍ରସାରଣ କାମ ସରିଯିବ। କିନ୍ତୁ ଯେପରି ଭାବେ କାମ ଚାଲିଛି ଏତେ ଶୀଘ୍ର ଏହା ସରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ତୃତୀୟ ରେ ବିରସା ମୁଣ୍ଡା ଅନ୍ତର୍ଜାତୀକ ହକି ଷ୍ଟାଡିଅମ। ୨୦୨୩ ରେ ଏଠାରେ ହକି ବିଶ୍ୱକପ ର କେତେକ ମ୍ୟାଚ ହେବାକୁ ସ୍ଥିର ହୋଇଛି। କାମ ମଧ୍ୟ ଜୋର ସୋର ରେ ଚାଲିଛି। ଆଶା କରାଯାଉଛି ଠିକ ସମୟରେ ଏହି ଷ୍ଟାଡିଅମ ର କାମ ସମ୍ପୂର୍ଣ୍ଣ ହେବ ।
ତେବେ ଆଜି ସାଂସଦ ଜୁଏଲ ଓରାମ ଏହି ତିନୋଟି ପ୍ରକଳ୍ପ ର ଅଗ୍ରଗତି ତଦାରଖ କରିଛନ୍ତି। ସାଙ୍ଗରେ ଦଳୀୟ କର୍ମୀଙ୍କ ସହ ବିଭାଗୀୟ ଅଧିକାରୀ ମଧ୍ୟ ଥିଲେ। ଠିକ ସମୟରେ କାମ ସାରିବାକୁ ଜୁଏଲ ଅଧିକାରୀ ମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ରାଉରକେଲା ବାସୀଙ୍କ ବହୁ ଆକାଂକ୍ଷିତ ଏହି ୩ ଟି ପ୍ରକଳ୍ପ କାମ ଶୀଘ୍ର ସମ୍ପୂର୍ଣ୍ଣ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି।