ଦକ୍ଷିଣ -ପୂର୍ବ ଦିଲ୍ଲୀ ରେ ଥିବା ମେଟ୍ରୋ ପର୍କିଙ୍ଗ ରେ ଅଗ୍ନିକାଣ୍ଡ।। ୯୦ ରୁ ଉର୍ଦ୍ଧ୍ବ ଗାଡି ଜଳି ନଷ୍ଟ।। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

0 318

ବୁଧବାର ସକାଳେ ରାଜଧାନୀ ଦିଲ୍ଲୀର ଏକ ମେଟ୍ରୋ ପାର୍କିଂ ସ୍ଥାନରେ ଅଗ୍ନିକାଣ୍ଡ ଘଟି 10 ଟି କାର ସମେତ 90 ରୁ ଅଧିକ ଗାଡିରେ ଜଳି ପାଉଁଶ ହୋଇଯାଇଛି।

ଏହି ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି।

ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାମିଆ ନାଗର ମେନ୍ ଟିକୋନା ପାର୍କିଂ ରେ ପ୍ରାୟ ଭୋର ୫ଟା ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ପାଇବା ପରେ ୧୧ଟି ଫାୟାର ବ୍ରିଗେଡ଼ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଅୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ ୧୦ ଟି କାର, ଗୋଟିଏ ମୋଟରସାଇକେଲ, ୨ ସ୍କୁଟି, 30 ଟି ନୂଆ ଇ-ରିକ୍ସା, 50 ଟି ପୁରୁଣା ଇ-ରିକ୍ସା ଅଗ୍ନିକାଣ୍ଡ ରେ ଜଳି ଯାଇଛି। ଏବେ ନିଆଁ ଲିଭା କାମ ସରି ଯାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଅଛି |

Leave A Reply

Your email address will not be published.