କୂଅ ମଧ୍ୟରୁ ଚିତା ବାଘ ଉଦ୍ଧାର।।ଗତକାଲି ରାତିରେ କୂଅରେ ପଡି ଯାଇଥିଲା ଚିତା।

0 314

ବୁଧବାର ଦିନ ସମ୍ବଲପୁର ଜିଲ୍ଲାର ଚାରମଲ ଅନ୍ତର୍ଗତ ହିନ୍ଦୋଲ ଘାଟ ନିକଟ ଏକ କୂଅରୁ ଏକ ଚିତାବାଘକୁ ଉଦ୍ଧାର କରାଯାଇଛି। ବନବିଭାଗ ଫାୟାର ବ୍ରିଗେଡ଼ ଟିମ ସହାୟତା ରେ କୂଅ ମଧ୍ୟରୁ ଚିତା କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି।

ଖବର ଅନୁଯାୟୀ ଗତକାଲି ରାତିରେ ଚିତାବାଘ କୂଅରେ ପଡ଼ିଯାଇଥିଲା। କିଛି ଗ୍ରାମବାସୀ ଏହାର ଗର୍ଜନ ଶୁଣିବା ପରେ ସ୍ଥାନୀୟ ପୋଲିସ ଏବଂ ଚାରମାଲ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ।
ପରବର୍ତ୍ତୀ ସମୟରେ, ଫରେଷ୍ଟ ରେଞ୍ଜ କର୍ମଚାରୀ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ଚିତାବାଘକୁ ସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.