ଫାଷ୍ଟ ଫୁଡ଼ ଷ୍ଟଲ ରେ ନିମ୍ନମାନ ର ଖାଦ୍ୟ ସାମଗ୍ରୀ ମିଳୁଥିବା ଅଭିଯୋଗ।
ରାଉରକେଲା ମହାନଗର ନିଗମର କାର୍ଯ୍ୟାନୁଷ୍ଠାନ ଆରମ୍ଭ।
ରାଉରକେଲା ର ବିଭିନ୍ନ ସ୍ଥାନରେ ଏବେ ଫାଷ୍ଟ ଫୁଡ଼ ଷ୍ଟଲ ଛତୁ ଫୁଟିଲା ପରି ଖୋଲୁଛି । ଫାଷ୍ଟ ଫୁଡ଼ ଷ୍ଟଲ କରି ରୋଜଗାର କରିବାରେ କୌଣସି ଅସୁବିଧା ନାହିଁ । ମାତ୍ର ଖୋଲାଯାଇ ଥିବା ଅନେକ ଫାଷ୍ଟ ଫୁଡ଼ ଦୋକାନ ରେ ନିମ୍ନମାନ ସାମଗ୍ରୀ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହେଉଛି ।
ଅଭିଯୋଗ ପାଇବା ପରେ ଏବେ ରାଉରକେଲା ମହାନଗର ନିଗମ ପକ୍ଷରୁ ଖାଦ୍ୟ ସାମଗ୍ରୀ ଗୁଣାତ୍ମକ ମାନ ଯାଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଛି । ଖାଦ୍ୟ ନିରୀକ୍ଷକ ଙ୍କ ନେତୃତ୍ୟ ରେ ଏକ ଟିମ ବାସନ୍ତି କଲୋନୀରେ ଥିବା ବିଭିନ୍ନ ଫାଷ୍ଟ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚଢ଼ାଉ ସମୟରେ ଖାଇବା ଅନୁପଯୋଗୀ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରି ଦିଆଯିବା ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି । ବିଶେଷ କରି ଅପମିଶ୍ରିତ ବିଭିନ୍ନ ପ୍ରକାରର ସସ , ରାସାୟନିକ ପଦାର୍ଥ ଆଦି ଜବତ କରାଯାଇ ପରୀକ୍ଷା ଲାଗି ପଠା ଯାଇଛି । ଏ ପ୍ରକାର ଚଢ଼ାଉ ବିଭିନ୍ନ ଏରିଆ ରେ ଜାରି ରହିବ ବୋଲି ମହନଗର ନିଗମ ପକ୍ଷରୁ କୁହାଯାଇଛି ।