By SatyaNews Team
17th May 2022
ସୁନ୍ଦରଗଡ଼/ରାଉରକେଲା ୧୭/୦୫: ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ସମ୍ବାଦପତ୍ର ହକର ମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି

। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଆଜି ୨୦ ଜଣ ହକରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ,ବିଭାଗୀୟ କର୍ମଚାରୀ ତଥା ଖବରକାଗଜ ହକର ମାନଙ୍କ ମଧ୍ୟରେ ଲାଲ ଶଙ୍କର ପତି, ସମୀର ଜୟପୁରୀଆ, ଶୁଭେନ୍ଦୁ ସାହୁ, ପ୍ରଶାନ୍ତ ରଥ, ୟାକୁବ ତିର୍କୀ, ବିକାଶ ସାହୁ, ସୁଶାନ୍ତ ମଗର, ଦିଲ୍ଲୀପ ସରେନ୍, ରିତେଶ ସାହୁ, କୃଷ୍ଣ ବଞ୍ଛୋର୍ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ରେ ମୋଟ ୧୧୦ ଜଣ ଖବରକାଗଜ ହକର ପଞ୍ଜୀକୃତ ଅଛନ୍ତି ଏବଂ ପୂର୍ବରୁ ସେମାନଙ୍କୁ କୋଭିଡ ସହାୟତା ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ତଥା ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯାଇଛି। ସେହିପରି ରାଉରକେଲା ରେ କାର୍ଯ୍ୟରତ ଖବର କାଗଜ ବିତରକ ଙ୍କୁ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି | ଆଜି ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ କୃଷି ଅଧିକାରୀ, ପାନପୋଷ ଶ୍ରୀମତୀ ଦୁ଼ଃଖିନୀ ଵିଶି ଯୋଗ ଦେଇ ପରିଚୟ ପତ୍ର ପ୍ରଦାନ କରିଛନ୍ତି | ରାଉରକେଲା ରେ ମୋଟ ପଞ୍ଜିକୃତ ୧୯୧ ଖବର କାଗଜ ବିତରକ ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପୂର୍ବକ ପ୍ରତ୍ୟେକଙ୍କୁ ଆର୍ଥିକ ସହାୟତା ପୂର୍ବରୁ ପ୍ରଦାନ କରାଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ହକର ମହାସଂଘ ର ସଭାପତି ବିଷ୍ଣୁ ମହାନ୍ତି, ଉପସଭାପତି ମିହିର ପାତ୍ର, ମହା ସଚିବ ବିମାନ ମଇତି , ସଚିବ କିଶୋର ରାଉତ ତଥା ଅର୍ତ୍ତ ବେହେରା, ମନୋଜ ପଟ୍ଟନାୟକ, ସୁଖେନ୍ଦୁ ପାତ୍ର, ଅଶେଷ ବିଶ୍ବାଳ ଅଶୋକ ଦାସ,ନିରଜଂନ ଦାସ ଆଦି ସଂଘ ର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ
। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କଅଧିକାରୀ ସୀମା ଫାତିମା ଏକ୍କା ସଂଯୋଜନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଖବର କାଗଜ ବିତରକ ମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ସକାଶେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି | ସେମାନଙ୍କୁଖବରକାଗଜ ବିତରକ ମାନଙ୍କୁ ପରିଚୟପତ୍ର ବଣ୍ଟନ ସହାୟତା ସହ ସାମାଜିକ ସୁରକ୍ଷା ପ୍ରଦାନ କରିଛନ୍ତି |