ରାଉରକେଲା ଶ୍ରମ ଦପ୍ତରରେ ନୂତନ ଭାବେ ଯୋଗଦେଇଥିବା ଯୁଗ୍ମ ଶ୍ରମ କମିଶନର ଶ୍ରୀ ପ୍ରଣବ କୁମାର ଜେନାଙ୍କୁ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି ସୁନ୍ଦରଗଡ଼ ଜିଲ୍ଲା କମିରିର ଏକ ପ୍ରତିନିଧି ମଣ୍ଡଳୀ ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ ଶ୍ରୀନିବାସ ସେଠୀ, ବିଷ୍ଣୁ ପଣ୍ଡା, କ୍ଷେତ୍ରବାସୀ ସେଠୀ, ବିଜୟ ସାହୁ, ପ୍ରଭାତ ମହାପାତ୍ର ପ୍ରମୁଖ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ନେତାଜୀ ସୁଭାଷ ବୋଷଙ୍କ ଏକ ଫୋଟୋ ଉପହାର ସ୍ୱରୂପ ଦେଇଥିଲେ। ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ରାଉରକେଲାର ବିଭିନ୍ନ ଛୋଟବଡ଼ ଘରୋଇ କାରଖାନାରେ ଶ୍ରମିକ ମାନଙ୍କର ସମସ୍ୟା ସମ୍ପର୍କରେ କହିଥିଲେ। ଶ୍ରମ କମିଶନର ଏସବୁର ସମାଧାନ କିପରି ହେବ ଧ୍ୟାନ ଦେବେବୋଲି କହିଥିଲେ।