ବଣାଇ ବନଖଣ୍ଡ ରେ କୁଟୁରା ମାରି ମାଂସ ବିକ୍ରି କରୁଥିବା ଅଭିଯୋଗରେ ତିନି ଗିରଫ।। ବନ ବିଭାଗ ତଦନ୍ତ ଜାରି।

0 366

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜରେ ଏକ କୁଟୁରା କୁ ମାରି ମାଂସ ବିକ୍ରି କରିବା ବେଳେ ତିନିଜଣ ବନ ବିଭାଗ ହାତରେ ଧରା ପଡିଛନ୍ତି।

ସୂଚନା ଅନୁଯାୟୀ ଟିକାୟତ ପାଲି ଫରେଷ୍ଟ ସେକ୍ସନ ର ବଳିତାକୁଦ ଗ୍ରାମ ନାଳ ପାଖରେ ଏକ କୁଟୁରା କୁ କିଛି ଲୋକ ମାରି ମାଂସ କରୁଥିବା ସୂଚନା ବନ ବିଭାଗ ନିକଟରେ ପହଞ୍ଚି ଥିଲା। ବନ ବିଭାଗ ଘଟଣା ସ୍ଥଳରେ ଚଢ଼ାଉ କରି ତିନି ଜଣଙ୍କୁ ଅଟକ ରଖି ପଚାର ଉଚୁରା କରୁ ଥିବା ବେଳେ କୁଟୁରା ମାଂସ ଜବତ କରିଛନ୍ତି। ଅଟକ ଥିବା ଅଭିଯୁକ୍ତ ମାନେ ହେଲେ ଲିଙ୍ଗରାଜ ପେଣ୍ଠେଇ , ସୋମନାଥ ପ୍ରଧାନ ଏବଂ ମହାନ୍ତ ମୁଣ୍ଡ। ବନବିଭାଗ ପକ୍ଷରୁ କୁଟୁରା ର ପୋଷ୍ଟ ମର୍ଟମ କରାଯାଇ ଘଟଣାର ତଦନ୍ତ ଚାଲିଛି ।

Leave A Reply

Your email address will not be published.